ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ପରେ ବିରାଟ୍ ବ୍ରିଗେଡର ଜବରଦସ୍ତ ଡ୍ୟାନ୍ସ , ଭାଇରାଲ୍ ହେଉଛି ଭିଡିଓ

ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ଶୃଙ୍ଖଳା ବିଜୟ। ୭୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଲା ବିରାଟ୍ ବ୍ରିଗେଡ୍ । ସିଡନିରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚକୁ ବର୍ଷା କାରଣରୁ ଡ୍ର ଘୋଷଣା କରାଯାଇଥିଲା । ଡ୍ର ଘୋଷଣା କରାଯିବା ପରେ ଭାରତ ୨-୧ରେ ସିରିଜ୍କୁ କବ୍ଜା କରିଥିଲା । ପ୍ରଥମରୁ ଟିମ ଇଣ୍ଡିଆ ଆଡିଲେଡ୍ ଟେଷ୍ଟକୁ ୩୧ ରନରେ ଜିତିଥିଲା । ପରେ ପର୍ଥରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ଅଷ୍ଟ୍ରେଲିଆ ୧୪୬ ରନରେ ନିଜ ଅକ୍ତିଆରକୁ ଆଣିଥିଲା । ହେଲେ ମେଲବର୍ଣ୍ଣ ତୃତୀୟ ଟେଷ୍ଟରେ ଭାରତ ପୁଣି କମବ୍ୟାକ୍ କରିଥିଲା ମ୍ୟାଚକୁ ୧୩୭ ରନରେ ଜିତିଥିଲା । ଯାହା ଶେଷରେ ନିର୍ଣ୍ଣାୟକ ରୂପ ନେଇ ଟିମକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇଦେଇଥିଲା । ଖାସ କରି କ୍ୟାପଟେନ୍ ବିରାଟଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହା।ଯାଉଛି । କାରଣ ଏହାପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜାତିବାର ସ୍ୱାଦ ଚାଖିନାହାନ୍ତି ।
ଏହା ସହ ପଢନ୍ତୁ ନୂଆ ଇତିହାସ : ବର୍ଷା ଯୋଗୁଁ ସିଡନୀ ଟେଷ୍ଟ ଡ୍ର, ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଟେଷ୍ଟ ସିରିଜ୍ ଜିତିଲା ଭାରତ
ଏହି ଐତିହାସିକ ବିଜୟ ପରେ ଅଧିନାୟକ ବିରାଟ୍ କୋହଲୀ ନିଜ ଟିମ୍ ସହ ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ କରିଥିଲେ ଜବରଦସ୍ତ ଡ୍ୟାନ୍ସ । କ୍ରିକେଟ୍ ଅଷ୍ଟ୍ରେଲିଆର ଅଫିସିଆଲ୍ ୱେବସାଇଟ୍ cricket.com.au ରେ ଏହି ଭିଡିଓ ସେୟାର୍ କରାଯାଇଛି । ସେୟାର୍ ହେବା ପରେ ପରେ ଏହି ଭିଡିଓ ଜବରଦସ୍ତ ଭାଇାରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କୋହଲୀଙ୍କ ସମେତ ଟିମର ଅନ୍ୟ ଖେଳାଳୀ ମାନେ ଖୁସିରେ ଡ୍ୟାନ୍ସ କରିବାକୁ ଲାଗିଛନ୍ତି ।
Cheteshwar Pujara: can bat, can’t dance? 🤣🤣
Celebrations have well and truly begun for Team India! #AUSvIND pic.twitter.com/XUWwWPSNun
— cricket.com.au (@cricketcomau) January 7, 2019
କେବଳ କ୍ରିକେଟ୍ ଗ୍ରାଉଣ୍ଡରେ ନୁହେଁ ହୋଟେଲକୁ ଆସିବା ବେଳେ ମଧ୍ୟ ପ୍ରଶଂସକଙ୍କ ସହ ତାଳରେ ତାଳ ଦେଇ ନାଚିଛନ୍ତି ଖେଳାଳୀ । ଦେଖନ୍ତୁ ଭିଡିଓ ।
Get those feet tapping. The Bharat Army gave the team a welcome in their own style – and needless to say, #TeamIndia joined in 😁😁 – – @28anand gets us visuals straight from the hotel 👌👌
Watch the full video here —-> https://t.co/a0vlmo5Gmg pic.twitter.com/N8likfSmDN
— BCCI (@BCCI) January 7, 2019