ସିରିଜ ଜିତିବା ପରେ ‘ବୋଲୋ ତା ରା ରା..’ ଗୀତରେ ଡ୍ୟାନ୍ସ କଲେ ଭାରତୀୟ ଟିମ୍‌, ଶିଖର ଧଓ୍ଵନ ସେୟାର କଲେ ଭିଡିଓ

ସାଉଥ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ସିରିଜକୁ ଜିତିନେଇଛି ଟିମ୍‌ ଇଣ୍ଡିଆ। ଗତକାଲିର ଶେଷ ମ୍ୟାଚରେ ଭାରତୀୟ ଟିମ୍‌ ମାତ୍ର ୩ଟି ଓ୍ଵିକେଟ ହରାଇ ସିରିଜ କବଜା କରିଥିଲା। ଏହି ମ୍ୟାଚରେ ମାତ୍ର ୯୯ ରନ୍‌ କରି ଅଲଆଉଟ୍‌ ହୋଇଥିଲା ସାଉଥ ଆଫ୍ରିକା। ଯାହାର ଜବାବରେ ଟିମ୍‌ ଇଣ୍ଡିଆ ୩ ଓ୍ଵିକେଟ ହରାଇ ମାତ୍ର ୨୦ ଓଭରରେ ମ୍ୟାଚ୍‌ ଜିତିନେଇଥିଲା। ସିରିଜ ଜିତିବା ପରେ ଭାରତୀୟ ଟିମର ଖେଳାଳି ଡ୍ରେସିଂ ରୁମରେ ଧମାଲ କରିଥିଲେ। ଟିମ୍‌ର ସମସ୍ତ ସଦସ୍ୟ ବରଦସ୍ତ ଡ୍ୟାନ୍ସ କରିଥିଲେ।

ଭାରତୀୟ ଖେଳାଳି ଡ୍ରେସିଂ ରୁମରେ ଦଲେର ମେହେନ୍ଦୀଙ୍କ ଗୀତ ‘ବୋଲୋ ତା ରା ରା..’ ଡ୍ୟାନ୍ସ କରିଥିଲେ। ସମସ୍ତ ଖେଳାଳି ଏକାଭଳି ଡ୍ୟାନ୍ସ ଷ୍ଟେପ କରୁଥିବାର ନଜର ଆସିଥିଲେ। ଅଧିନାୟକ ଶିଖର ଧଓ୍ଵନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏହାର ଭିଡିଓକୁ ସେୟାର କରିଛନ୍ତି। ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଉଛି।

 

View this post on Instagram

 

A post shared by Shikhar Dhawan (@shikhardofficial)

ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ହାରିଥିଲା। ଲକ୍ଷ୍ମୌରେ ମାତ୍ର ୯ ରନରେ ମ୍ୟାଚ୍‌ ହାରିଥିଲା। ପରେ ଦ୍ୱିତୀୟ ମ୍ୟାଚ୍‌କୁ ଜିତିଥିଲା। ଆଉ ଗତକାଲି ତୃତୀୟ ଦିନିକିଆକୁ ୭ ଓ୍ଵିକେଟରେ ଜିତି ସିରିଜ ବିଜୟ କରିଥିଲା। ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ବୋଲିଂ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେ ୪ଟି ଓ୍ଵିକେଟ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ୨୭.୧ ଓଭରରେ ୯୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ହେନରିଚ କ୍ଲାସେନ ସର୍ବାଧିକ ୩୪ ରନ କରିଥିଲେ। ୮ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ। ଜବାବରେ ଭାରତ୧୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଶୁଭମାନ ଗିଲ୍ ସର୍ବାଧିକ ୪୯ ରନ କରିଥିବା ବେଳେ ଶ୍ରେୟସ ଆୟର ୨୮ ରନ କରି ଅପରାଜିତ ଥିଲେ। କୁଲଦୀପ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ମହମ୍ମଦ ସିରାଜ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ଜିତିଛନ୍ତି। ଏହା ପୂର୍ବରୁ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳାରେ ୨-୧ରେ ବିଜୟୀ ହୋଇଥିଲା।

Also Read : ଫିଲ୍ମରେ ରୋମାନ୍ସ କରିବେ କ୍ରିକେଟର ଶିଖର ଧଓ୍ଵନ! ଏହି ଅଭିନେତ୍ରୀ ଦ୍ୱୟଙ୍କ ସହ ‘ଡବଲ ଏକ୍ସଏଲ୍‌’ରେ ଆସିବେ ନଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.