ଏସିଆ କପ ହକିରେ ଭାରତକୁ ବ୍ରୋଞ୍ଜ ମେଡାଲ

ଏସିଆ କପ ହକିରେ ଭାରତକୁ ବ୍ରୋଞ୍ଜ ମେଡାଲ | କିଛିଟା ବ୍ୟବଧାନ କାରଣରୁ ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚି ପାରିନଥିଲା | ବ୍ରୋଞ୍ଜ ମେଡାଲ ପାଇଁ ପ୍ରଦର୍ଶନ କରିଥିଲା | ସୁପର ୪ରେ ଦମଦାର ଓ ଦ୍ରୁତ ଖେଳ ପ୍ରଦର୍ଶନ ସତ୍ତ୍ୱେ ବୀରେନ୍ଦ୍ର ଲାକ୍ରାଙ୍କ ଅଧୀନରେ ଭାରତୀୟ ହକି ଦଳ ଏସିଆ କପ ଫାଇନାଲରେ ପହଞ୍ଚି ପାରିନନଥିଲା । ସୁପର-୪ର ଶେଷ ମୁକାବିଲାରେ ଭାରତୀୟ ଟିମ୍‌ ବିପକ୍ଷ ଦକ୍ଷିଣ କୋରିଆ ସହ ୪-୪ ମ୍ୟାଚ୍‌ ଡ୍ର ରଖିଥିଲା । ଯଦି ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିଥାନ୍ତା ତେବେ ଭାରତ ଫାଇନାଲରେ ପ୍ରବେଶ କରି ଥାଆନ୍ତା । କିନ୍ତୁ ମ୍ୟାଚ୍‌ ଡ୍ର ହେବାରୁ ବୀରେନ୍ଦ୍ର ଲାକ୍ରାଙ୍କ ଟିମ୍‌ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି । ଏହାପୂର୍ବରୁ ମାଲେସିୟା ୫-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା।

କହିରଖିବା ଉଚିତ ହେବକି ସୁପର-୪ରେ ଭାରତ, ମାଲେସିୟା ଓ କୋରିଆ ସମାନ ୫ ପଏଣ୍ଟ ଲେଖାଏ ପାଇଛନ୍ତି । ହେଲେ ଗୋଲ ବ୍ୟବଧାନ ଯୋଗୁ ଭାରତ ଫାଇନାଲ ଟିକେଟ ହାସଲ କରିପାରି ନାହିଁ । ଏବେ ଭାରତ ଜାପାନ ସହ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍‌ ଖେଳିବ । ସେହିପରି କୋରିଆ ଓ ମାଲେସିୟା ଟ୍ରଫି ପାଇଁ ଲଢ଼େଇ କରିବେ ।

କିନ୍ତୁ ଅନ୍ୟ ଦୃଷ୍ଟିରୁ ଦେଖିଲେ ଭାରତୀୟ ଯୁବ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ । ଭାରତ ପକ୍ଷରୁ ୯ମ ମିନିଟରେ ନିଲମ ସଞ୍ଜୀପ, ୨୧ତମ ମିନିଟରେ ଓଡ଼ିଶାର ଦୀପସାନ ତିର୍କୀ, ୨୨ତମ ମିନିଟରେ ମହେଶ ଏସ୍‌ ଗୌଡ଼ା ଓ ୩୭ତମ ମିନିଟରେ ଏସ୍‌ ମାରୀସ୍ୱର୍ଣ୍ଣ ଗୋଲ କରିଥିଲେ। କୋରିଆ ପକ୍ଷରୁ ୧୩ତମ ମିନିଟରେ ଜାଙ୍ଗ, ୧୮ତମ ମିନିଟରେ ଜି ୱ ଚେୱନ, ୨୮ତମ ମିନିଟରେ କିମ ଜଙ୍ଗ ହୋ ଓ ୪୪ତମ ମିନିଟରେ ନିର୍ଣ୍ଣାୟକ ଗୋଲ ଜଙ୍ଗ ମଞ୍ଜେଇ ଦେଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.