ଏମିତି ମାଟି କାମୁଡ଼ିବ ବୋଲି କିଏ ଜାଣିଥିଲା, ବିରାଟ ବାହିନୀର କେହି ବି ଦୁଇ ଅଙ୍କ ଛୁଇଁ ପାରିଲେନି

ଆଡିଲେଡରେ ଖେଳା ଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଟିମ୍ ଇଣ୍ଡିଆ ଦ୍ବିତୀୟ ଇନିଂସରେ ୩୬ ରନରେ ଅଲଆଉଟ ହୋଇଛି। ଯାହା ଭାରତର ଟେଷ୍ଟ କ୍ରିକେଟର ସର୍ବନିମ୍ନ ସ୍କୋର। ଟେଷ୍ଟ କ୍ରିକେଟରେ ଭାରତର ଦଳଗତ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଭାରତ ୪୨ ରନ୍ ଟେଷ୍ଟ କ୍ରିକେଟରେ କରିଥିଲା। ଭାରତର ଲଜ୍ଜାଜନକ ସ୍କୋର ପରେ ଅଷ୍ଟ୍ରେଲିଆ ସାମ୍ନାରେ ୯୦ ରନର ଟାର୍ଗେଟ ରହିଛି। ଏମିତିରେ ପିଚ୍ କୁ ଦେଖି ଟିମ୍ ଅଷ୍ଟ୍ରେଲିଆ ଦେଖିକି ଖେଳିବ ବୋଲି ଆଶା କରାଯାଉଛି।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଦଳକୁ ୧୯୧ ରନରେ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ। ଦ୍ବିତୀୟ ଦିନରେ ଅଷ୍ଟ୍ରେଲିଆ ଦଳ ଅଲ୍ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆ ତାର ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା। ଟିମ୍ ଇଣ୍ଡିଆ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୩୬ ରନ୍ କରି ଅଲଆଉଟ ହୋଇଛି। ପ୍ରଥମ ଇନିଂସରେ ନିରାଶ କରିଥିବା ପୃଥ୍ବୀ ଶ ପୁଣିଥରେ ଫପ୍ଲ ହୋଇଛନ୍ତି। ସେ ମାତ୍ର ୪ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଫଳରେ ନାଇଟ୍ ଓ୍ବାଚ୍ ମ୍ୟାନ୍ ଭାବେ ଯଶପ୍ରିତ୍ ବୁମରା ବ୍ୟାଟିଂ କରିବାକୁ ଆସିଥିଲେ। ଅପରପକ୍ଷେ ମୟଙ୍କ ଅଗ୍ରଓ୍ବାଲ ୫ ରନ୍ କରି ନଟ୍ ଆଉଟ୍ ଅଛନ୍ତି।

ପ୍ରଥମ ଇନିଂସରେ ଫ୍ଲପ୍ ହୋଇଥିବା ପୃଥ୍ବୀ ଦ୍ବିତୀୟ ଇନିଂସରେ ମଧ୍ୟ ମାତ୍ର ୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ।

HAZELWOOD

SCORE BOARD

SCORE

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.