ବାରବାଟୀ ବ୍ୟାଟଲ, ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହରାଇ ୧୪୮ ରନ୍ କଲା ଟିମ୍ ଇଣ୍ଡିଆ

କେନ୍ୟୁଜ୍(ବ୍ୟୁରୋ): ବାରବାଟୀ ବିଗ୍ ଫାଇଟ୍ । ଭାରତର ୧୪୯ରନ ଟର୍ଗେଟକୁ ପିଛା କରୁଛି ଦକ୍ଷିଣ ଆଫ୍ରିକା । ପ୍ରଥମ ଓଭରରେ ଦଳକୁ ଝଟକା ଲାଗିଛି । ୪ ରନ କରି ଭୁବନେଶ୍ୱର କୁମାରଙ୍କ ଶୀକାର ହୋଇଛନ୍ତି ରିଜା ହେଣ୍ଡଡ୍ରିକ୍ସ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହରାଇ ୧୪୮ ରନ୍ କରିଛି । ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ସମ୍ମାନଜନକ ସ୍କୋର କରିଛି । ଆରମ୍ଭରୁ ଭାରତୀୟ ଟିମକୁ ଲାଗିଥିଲା ଝଟକା । ଦଳର ଟପ ବ୍ୟାଟର ବିଫଳ ହୋଇଥିଲେ ।
ପ୍ରଥମ ଓଭରରେ ୧ ରନ୍ କରି ପାଭିଲିୟନ୍ ଫେରିଥିଲେ ଋତୁରାଜ ଗାଏକଓ୍ଵାର୍ଡ । ସେହିପରି ୨୧ ବଲ୍ରେ ୩୪ ରନ୍ କରି ଆଉଟ୍ ହୋଇଥିଲେ ଇଶାନ କିଶନ । ରୁତୁରାଜଙ୍କ ଓ୍ଵିକେଟର ପତନ ପରେ ଦମଦାର ବ୍ୟାଟିଂ କରିଥିଲେ ଇଶାନ କିଶନ । ଇନିଂସରେ ଥିଲା ୩ଟି ବିଶାଳ ଛକ୍କା ଓ ୨ଟି ଚୌକା । ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୪୦ ରନ୍ କରିଥିଲେ । ସେପଟେ ମିଡିଲ ଅଡର ପୁଣି ଫେଲ ମାରିଥିଲା । ଅଧିନାୟକ ରିଷଭ ପନ୍ତ ୫ ଓ ଅଲରାଉଣ୍ଡର୍ ହାର୍ଦ୍ଦିର୍କ ପାଣ୍ଡ୍ୟା ୯ ରନ୍ କରି ଆଉଟ ହୋଇଥିଲେ ।