ବିଶ୍ବ କପରେ ନିଜ ପତ୍ନୀଙ୍କ ସହ ରହିବାକୁ ଚାହାଁନ୍ତି ଭାରତୀୟ କ୍ରିକେଟ ଖେଳାଳି, ଅନ୍ୟ ଦାବି ଶୁଣି ଆଶ୍ଚର୍ଯ୍ଯ BCCI

ଆଉ ମାତ୍ର ବାକି ଅଛି ୭ ମାସ । ଇଂଲଣ୍ଡରେ ଆରମ୍ଭ ହେବ ୨୦୧୯ ବିଶ୍ବ କପ୍ କ୍ରିକେଟ୍ । ଯାହାକୁ ନେଇ ଦର୍ଶକଙ୍କ ମନରେ ବେଶ୍ ଉତ୍କଣ୍ଠା । ସେପଟେ ନିଜ ପ୍ରସ୍ତୁତି ପଥରେ ଟିମ୍ ଇଣ୍ଡିଆ । ହେଲେ ବିଶ୍ବ କପ୍ ପୂର୍ବରୁ ବିସିସିଆଇ କମିଟି (ସିଓଏ) ସାମ୍ନାରେ କିଛି ଦାବି ରଖିଛନ୍ତି ଭାରତୀୟ କ୍ରିକେଟ୍ ଖେଳାଳି । ଏହି ଦାବି ମଧ୍ୟରେ ସବୁଠାରୁ ବଡ଼ ଦାବି ହେଉଛି ବିଶ୍ବ କପ୍ ଖେଳରେ ପତ୍ନୀଙ୍କୁ ନିଜ ସାଥିରେ ନେବା । ସେହିପରି ଅନ୍ୟ ଦାବି ଥିଲା ସଡକ ଯାତାୟତ ନକରି ଟ୍ରେନରେ ଯାତ୍ରା କରିବା ଏବଂ ବ୍ରେକଫାଷ୍ଟରେ ଫଳ ମାନଙ୍କ ମଧ୍ୟରେ କଦଳୀକୁ ନିଶ୍ଚିତ ଭାବରେ ସାମିଲ୍ କରିବା ।

ତେବେ କିଛି ମାସ ପୂର୍ବରୁ ଇଂଲଣ୍ଡରେ ଟି ୨୦ ସିରିଜ୍ ହାତେଇଥିଲା ଭାରତୀୟ ଟିମ୍ । କିନ୍ତୁ ଏହାପରେ ଉଭୟ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ହାରିଯାଇଥିଲା । ଆଉ ଏହି ଇଂଲଣ୍ଡ ଗସ୍ତକୁ ନେଇ ହାଇଦ୍ରାବାଦରେ ହୋଇଥିଲା ସମୀକ୍ଷା ବୈଠକ । ଏହି ବୈଠକରେ ଅଧିନାୟକ କୋହଲୀ, ଉପଅଧିନାୟକ ଆଜିଙ୍କ୍ୟ ରାହାଣେ, ରୋହିତ୍ ଶର୍ମା , କୋଚ୍ ରବି ଶାସ୍ତ୍ରୀ ଏବଂ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଉପସ୍ଥିତ ଥିଲେ । ତେବେ ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଟିମ୍ ପକ୍ଷରୁ ଫଳରେ କଦଳୀର ଦାବି ଶୁଣି ଆଶ୍ଚର୍ଯ୍ଯ ହୋଇଯାଇଥିଲେ ସିଓଏର ସଦସ୍ୟ ।

ଏହା ସହ ଟିମ୍ ଇଣ୍ଡିଆର ଖେଳାଳି ବିସିସିଆଇକୁ କହିଛନ୍ତି ଯେଉଁ ହୋଟେଲରେ ରହିବା ବ୍ୟବସ୍ଥା କରିବେ ସେଠରେ ଯେମିତି ଏକ ଜିମ୍ ଥିବ । ଏହା ସହ ଗସ୍ତରେ ନିଜ ସହ ପତ୍ନୀଙ୍କୁ ମଧ୍ୟ ନେଇପାରିବେ ।

ସେହପରି ଏହି ଟ୍ରେନରେ ଯାତ୍ରା କରିବାର ଅନୁମତି ମଧ୍ୟ ମାଗିଛି ଟିମ୍ ଇଣ୍ଡିଆ । ଆଉ ଏହି ଦାବି ପଛରେ ଅଧିନାୟକ କୋହଲିଙ୍କ ଯୁକ୍ତି ଥିଲା ଯେ ଏହା ସୁରକ୍ଷିତ ଏବଂ ସମୟ ମଧ୍ୟ ଅଳ୍ପ ଲାଗିବ । କିନ୍ତୁ କୋହଲିଙ୍କ ଏହି ଦାବିରେ ରାଜି ହୋଇନଥିଲା ସିଓଏ । କାରଣ ସେମାନେ ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ । ହେଲେ ଏହା ପରେ କୋହଲି କହିଥିଲେ ଇଂଲଣ୍ଡ ଟିମ୍ ଟ୍ରେନରେ ଯାତ୍ରା କରୁଛନ୍ତି ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

25 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

39 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

54 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago