କ୍ରୀଡା

ଟି୨୦ ବିଶ୍ୱକପ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ ଭାରତୀୟ ଟିମ୍‌, ଖୁବଶୀଘ୍ର ଆଇସିସି କରିବ ଘୋଷଣା

ଆଇପିଏଲ ୨୦୨୪ ପରେ ଏବଂ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ । ଆଇପିଏଲ ଲିଗ୍‌ ମ୍ୟାଚ ସରିବା ପରେ ୨୧ ମଇକୁ ନ୍ୟୁୟର୍କ ଗସ୍ତ କରିବ ଭାରତୀୟ ଟିମ୍‌ । ଟି୨୦ ବିଶ୍ୱକପ ପୂର୍ବରୁ ଦୁଇଟି ଓ୍ଵାର୍ମଅପ ମ୍ୟାଚ ଖେଳିବ ଭାରତ ।

କ୍ରିକବଜ୍‌ ରିପୋର୍ଟ ମୁତାବକ, ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଓ୍ଵାର୍ମଅପ୍‌ ମ୍ୟାଚ ଖେଳିବ । ଖେଳାଳିଙ୍କ ମଧ୍ୟରେ ତାଳମେଳ ଏବଂ ବୁଝାମଣା ପାଇଁ ଏହି ମ୍ୟାଚ ଖେଳାଯିବ । ଭାରତୀୟ ଟିମ ନ୍ୟୁୟର୍କରେ ଗ୍ରୁପ ଷ୍ଟେଜରେ ମ୍ୟାଚ ଖେଳିବାକୁ ହେବ । ତେଣୁ ନିଜର ଓ୍ଵାର୍ମଅପ୍‌ ମ୍ୟାଚ ମଧ୍ୟ ଏଠାରେ ଖେଳିବ ଭାରତ । ତେବେ ଆଇସିସି ଏବଂ କ୍ରିକେଟ େଓ୍ଵଷ୍ଟଇଣ୍ଡିଜ ବିସିସିଆଇ ସାମ୍ନାରେ ଫ୍ଲୋରିଡାରେ ଗୋଟିଏ ଓ୍ଵାର୍ମଅପ୍‌ ମ୍ୟାଚ ପାଇଁ ପ୍ରସ୍ତାବ ରଖିଛି । ଖେଳାଳିଙ୍କ ଟ୍ରାଭେଲିଂ ସମୟ ବଞ୍ଚାଇବା ପାଇଁ ଏଠାରେ ମ୍ୟାଚ ଖେଳାଯିବ ।

ଇଂଲଣ୍ଡ ଏବଂ ପାକିସ୍ତାନ ଟିମ୍‌ ମଧ୍ୟ ଗୋଟିଏ ଗୋଟିଏ ମ୍ୟାଚ ଓ୍ଵାର୍ମଅପ୍‌ ମ୍ୟାଚ ଖେଳିବ । ଏହି ଦୁଇଟି ଟିମ୍‌ ମଧ୍ୟରେ ଟି୨୦ ସିରିଜ ଖେଳାଯିବ । ଯାହା ୩୦ ମଇରେ ସରିବ । ଆଉ ଏଥିପାଇଁ ଏହି ଦୁଇଟି ଟିମ୍‌ ଓ୍ଵାର୍ମ ଅପ୍‌ ମ୍ୟାଚ ଖେଳିବାକୁ ସମୟ ନଥିବ । ତେଣୁ ଭାରତୀୟ ଟିମର ଓ୍ଵାର୍ମଅପ୍‌ ମ୍ୟାଚ ୨୫ କିମ୍ବା ୨୬ ମଇରେ ହୋଇପାରେ । ଏଥିପାଇଁ ଖୁବଶୀଘ୍ର ଆଇସିସି ଖେଳସୂଚୀ ଘୋଷଣା କରିବ । ଓ୍ଵାର୍ମଅପ୍‌ ମ୍ୟାଚ ଖେଳିବା ପାଇଁ ଭାରତୀୟ ଟିମ୍‌ ୨୧ ମଇରେ ନ୍ୟୁୟର୍କ ଗସ୍ତ କରିବ । ସେହିପରି ଆଇପିଏଲରେ ପ୍ଲେଅଫରେ ଥିବା ଟିମର ଖେଳାଳି ଦ୍ୱିତୀୟ ବ୍ୟାଚରେ ଯିବେ ।

ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ ।  ଟି୨୦ ବିଶ୍ୱକପ ପାଇଁ ଖେଳିବାକୁ ଥିବା ୨୦ ଟିମ୍‌କୁ ୫-୫ କରି ୪ଟି ଗ୍ରୁପରେ ବଣ୍ଟାଯାଇଛି । ଭାରତ ଛଡା ଗ୍ରୁପ ଏ ରେ ପାକିସ୍ତାନ, ଆୟରଲାଣ୍ଡ, ୟୁଏସଏ ଏବଂ କାନାଡା ରହିବ ।  ଏହାପରେ ଟପ୍‌-୨ ରେ ରହୁଥିବା ପ୍ରତ୍ୟେକ ଗ୍ରୁପର ଟିମ୍‌ ସୁପର-୮ ପାଇଁ କ୍ୱାଲିଫାଏ କରିବା, ସେମାନଙ୍କୁ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ସେହିପରି ଟପ୍‌-୨ରେ ରହିବା ଟିମକୁ ନିଜ ନିଜ ଗ୍ରୁପରେ ସେମିଫାଇନାଲ ଖେଳିବାକୁ ହେବ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

Swagatika

Recent Posts

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

3 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

15 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

22 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

24 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

42 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago