ଖୁବଶୀଘ୍ର ଟିମ୍‌ ଇଣ୍ଡିଆରେ ସାମିଲ ହେବେ ଏହି ଦୁଇ ଦ୍ରୁତ ବୋଲର, ସୌରଭ ଗାଙ୍ଗୁଲି ଦେଲେ ସଙ୍କେତ

ବର୍ତ୍ତମାନ ଆଇପିଏଲ ସିଜିନ ଚାଲିଛି। ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଦିନିକିଆ ଟିମ୍‌ରେ ସ୍ଥାନ ମିଳିବ ବୋଲି ସଂକେତ ଦେଇଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ଆଇପିଏଲ ସରିବା ପରେ ଟିମ୍‌ ଇଣ୍ଡିଆରେ ଦୁଇଜଣ ବିସ୍ଫୋରଣ ବୋଲରଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଖୁବଶୀଘ୍ର ଦୁହିଁଙ୍କୁ ବୋଲିଂ ପାଇଁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳିପାରେ।

ଆଇପିଏଲ ସରିବା ୧୦ ଦିନ ପରେ ଟିମ୍‌ ଇଣ୍ଡିଆ ସାଉଥ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବ। ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ସାଉଥ ଆଫ୍ରିକାରେ ୯ ଜୁନରୁ ୧୯ ଜୁନ୍‌ ପର୍ଯ୍ୟନ୍ତ ଏହି ମ୍ୟାଚ ଚାଲିବ। ଏହା ପରେ ଟିମ୍‌ ଇଣ୍ଡିଆ ବ୍ରିଟେନ ଟୁରରେ ଯିବ। ୨୬ ଜୁନରୁ ୨୮ ଜୁନ ପର୍ଯ୍ୟନ୍ତ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ସିରିଜ ଖେଳିବ। ଏହା ପରେ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ।

ଏକ ଇଣ୍ଟରଭ୍ୟୁରେ ସୌରଭ ଗାଙ୍ଗୁଲି କହିଛନ୍ତି, ଯଦି ଉମରାନ ମଲ୍ଲିକ ଟିମ ଇଣ୍ଡିଆ ପାଇଁ ଚୟନ ହୁଅନ୍ତି, ତେବେ କିଛି ଆଶ୍ଚର୍ଯ୍ୟଜନକ କଥା ହେବ ନାହିଁ। ଉମରାନ ମଲ୍ଲିକ ଘଣ୍ଟାକୁ ୧୫୦ କିମି ଗତିରେ ବୋଲିଂ କରୁଛନ୍ତି, ଆଉ ଯଦି ଟିମ୍‌ ଇଣ୍ଡିଆ ପାଇଁ ସିଲେକ୍ସନ ହୁଏ ତେବେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

team india
PC: telegraph India

ସେହିପରି ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର କୁଲଦୀପ ସେନ ମଧ୍ୟ ଚୟନ ହୋଇପାରନ୍ତି। ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି କୁଲଦୀପ। ତାଙ୍କ ବୋଲିଂ ବହୁତ ପ୍ରଭାବଶାଳୀ ରହିଛି। ଗାଙ୍ଗୁଲି ଆହୁରି ମଧ୍ୟକହିଛନ୍ତି, ଉମରା ମଲିକ ବହୁତଚାଲାକ ଅଟନ୍ତି। ତେଣୁ ତାଙ୍କୁ ଟିମରେ ବ୍ୟବହାର ବହୁତ ସାବଧାନତାର ସହିତ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.