ଦିନିକିଆ ସିରିଜ ପାଇଁ ନାଗପୁର ପହଞ୍ଚିଲା ଟିମ୍ ଇଣ୍ଡିଆ, ବୁମରାଙ୍କ ବଦଳରେ ହର୍ଷିତ ରାଣାଙ୍କୁ ସୁଯୋଗ

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଏହାପୂର୍ବରୁ ଭାରତ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଜିତିସାରିଛି । ଭାରତ ଏହି ସିରିଜ ୪-୧ରେ ଜିତିଛି । ଏହାପରେ ଫେବୃଆରୀ ୬ରୁ ନାଗପୁରରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଏଥିପାଇଁ ଟିମ୍ ନାଗପୁର ପହଞ୍ଚିସାରିଛି । ଗତକାଲି ରାତିରେ ନାଗପୁରରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍ ନାଗପୁରରେ ପହଞ୍ଚିଛି । ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ, ଶ୍ରେୟସ ଆୟର, ଯଶସ୍ବୀ ଜୟସୱାଲ, ଶୁବମନ ଗିଲ ସହିତ ଟିମର ଅନ୍ୟ ଖେଳାଳି ନାଗପୁର ଏୟାରପୋର୍ଟରେ ପହଞ୍ଚିଛନ୍ତି । ଏମାନଙ୍କୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ଭିଡ଼ ଜମିଛି ।

ନାଗପୁର ଏୟାରପୋର୍ଟରେ ଖେଳାଳିଙ୍କ ଝଲକ ପାଇବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରେୟସ ଆୟର ଏବଂ ଯଶସ୍ବୀ ଜୟସୱାଲ କାଜୁଆଲ ଏବଂ କୁଲ୍ ଲୁକ୍ ରେ ନଜର ଆସିଛନ୍ତି । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ସବୁବେଳେ ଭଳି ଷ୍ଟାଇଲିଶ ଅନ୍ଦାଜରେ ନଜର ଆସିଛନ୍ତି । ଏମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଦିନିକିଆ ସିରିଜରେ ଭାରତୀୟ ଟିମରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଉଛି । ଜସପ୍ରୀତ ବୁମରାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସାମିଲ କରାଯାଇଛି । ବାକି ଟିମ୍ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଯାହା ରହିଛି, ସେୟା ରହିଛି ।

ଭାରତ ବନାମ ଇଂଲଣ୍ଡ ଦିନିକିଆ ସିରିଜ ପାଇଁ ଖେଳସୂଚୀ :

ଫେବୃଆରୀ ୬ : ପ୍ରଥମ ଦିନିକିଆ ( ବିଦର୍ଭ କ୍ରିକେଟ ଷ୍ଟାଡିୟମ, ନାଗପୁର)
ଫେବୃଆରୀ ୯ : ଦ୍ବିତୀୟ ଦିନିକିଆ (ବାରବାଟୀ ଷ୍ଟାଡିୟମ, କଟକ)
ଫେବୃଆରୀ ୧୨ : ତୃତୀୟ ଦିନିକିଆ ( ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମଦାବାଦ)

ସମ୍ଭାବ୍ୟ ଟିମ୍ ଇଣ୍ଡିଆ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂ, ଯଶସ୍ବୀ ଜୟସୱାଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା ।

Also Read : ଅଭିଷେକ ଶର୍ମା ରଚିଲେ ଇତିହାସ, ଟି୨୦ ଇଣ୍ଟରନ୍ୟାସନାଲରେ କୌଣସି ଭାରତୀୟ ଖେଳାଳି କରିଥିବା ସର୍ବୋଚ୍ଚ ରନ୍

You might also like