ଟି୨୦ ସିରିଜ ପାଇଁ ସାଉଥ ଆଫ୍ରିକା ପହଞ୍ଚିଲା ଭାରତୀୟ ଟିମ୍, ଏୟାରପୋର୍ଟରେ ହେଲା GK ଟେଷ୍ଟ

ଆସନ୍ତା ନଭେମ୍ବର ୮ ତାରିଖରୁ ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଟି୨୦ ସିରିଜ ଖେଳାଯିବ । ଏହାର ପ୍ରଥମ ମାଚରେ ଡରବନରେ ଖେଳାଯିବ । ଭାରତୀୟ ଟିମ ସିରିଜ ପାଇଁ ସାଉଥ ଆଫ୍ରିକାରେ ପହଞ୍ଚିଛି । ବିସିସିଆଇ ଖେଳାଳିଙ୍କ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ଏୟାରପୋର୍ଟରେ ଖେଳାଳିଙ୍କ ସାଧାରଣ ଜ୍ଞାନ ପରୀକ୍ଷା କରାଯାଉଛି । ଖେଳାଳି ପରସ୍ପର ମଧ୍ୟରେ ପ୍ରଶ୍ନ ପଚାରି ଉତ୍ତର ଦେଉଛନ୍ତି ।

ବିସିସିଆଇ ଏକ୍ସରେ ଏକ ଭିଡିଓ ସେୟାର କରିଛି । ଏଥିରେ ଖେଳାଳିମାନେ ମଜାମସ୍ତି କରୁଛନ୍ତି । ଅଭିଷେକ ବର୍ମା, ତିଳକ ବର୍ମାଙ୍କ ସମେତ ଅନ୍ୟ ଖେଳାଳିଙ୍କ ଜେନେରାଲ ଟେଷ୍ଟ କରାଯାଉଛି । ସାଉଥ ଆଫ୍ରିକା ସହିତ ଜଡିତ ପ୍ରଶ୍ନ ପଚରାଯାଇଛି । ଅର୍ଶଦୀପଙ୍କୁ ମଧ୍ୟ ପ୍ରଶ୍ନ ପଚରାଯାଉଛି । ଭିଡିଓରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମସ୍ତି କରୁଥିବାର ନଜର ଆସିଛନ୍ତି ।

ସାଉଥ ଆଫ୍ରିକା ଟୁର ପାଇଁ ବରିଷ୍ଠ ଖେଳାଳିଙ୍କ ସହିତ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି । ଟିମରେ ଅଭିଷେକ ଶର୍ମା, ତିଳକ ବର୍ମା, ରିଙ୍କୁ ସିଂ, ରମନଦୀପ ସଂ, ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି । ସେହିପରି ହାର୍ଦ୍ଦିକ, ଜିତେଶ କୁମାର, ସଂଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିଛି ।

ଭାରତୀୟ ଟି୨୦ ସ୍କ୍ବାର୍ଡ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ରିଙ୍କୁ ସିଂ, ରମନଦୀପ ସିଂ, ଅକ୍ଷର ପଟେଲ, ଆବେଶ ଖାନ, ୟଶ ଦୟାଲ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ କୁମାର, ସଂଜୁ ସାମସନ ।

ମ୍ୟାଚ ତାରିଖ :

ପ୍ରଥମ ମ୍ୟାଚ : ୮ ନଭେମ୍ବର(ଡରବନ)
ଦ୍ବିତୀୟ ମ୍ୟାଚ : ୧୦ ନଭେମ୍ବର (ଜୋହାନ୍ସବର୍ଗ)
ତୃତୀୟ ମ୍ୟାଚ : ୧୩ ନଭେମ୍ବର (ଜୋହାନ୍ସବର୍ଗ)
ଚତୁର୍ଥ ମ୍ୟାଚ : ୧୫ ନଭେମ୍ବର (ଜୋହାନ୍ସବର୍ଗ)