କ୍ରୀଡା

‘All The Best Team BLUE’ ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା ; ବିସିସିଆଇ ସେୟାର କଲା ଭିଡିଓ

ଆଇପିଏଲ୍‌ ୨୦୨୪ ଫାଇନାଲ ସରିବା ପରେ ଏବେ ଟି୨୦ ବିଶ୍ୱକପକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଟି୨୦ ବିଶ୍ୱକପ ଖେଳିବା ପାଇଁ ଭାରତୀୟ ଟିମ୍‌ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୨୦୦୭ ପରେ ଟି୨୦ ବିଶ୍ୱକପ ଉପରେ ଭାରତର ନଜର ରହିଛି । ୨୦୧୩ ପରେ ଭାରତୀୟ କୌଣସି ଆଇସିସି ଟ୍ରଫି ଜିତିନାହିଁ । ତେଣୁ ରୋହିତ ଏବଂ ବାହିନୀ ସମସ୍ତଙ୍କ ଆଶା ପୂରଣ କରିବା ପାଇଁ ୨୦୨୪ ଟାଇଟଲ ଜିତିବା ପାଇଁ ଉତ୍ସାହିତ ରହିଛନ୍ତି । ଗତବର୍ଷ ଦିନିକିଆ ବିଶ୍ୱକପ ହାରିବା ପରେ ଟି୨୦ ବିଶ୍ୱକପ ଜିତିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍‌ ।

ଟି୨୦ ବିଶ୍ୱକପ ଆୟୋଜନ ଜୁନ୍‌ ୧ରୁ ଜୁନ୍‌ ୨୯ ପର୍ଯ୍ୟନ୍ତ ଚାଲିଛି । ଭାରତୀୟ କ୍ରିକେଟ ଫ୍ୟାନ୍ସ ଆମେରିକା ଏବଂ କାନାଡା ମଧ୍ୟରେ ହେବାକୁ ଥିବା ଓପନିଂ ମ୍ୟାଚ୍‌ ଦେଖିବା ପାଇଁ ଉତ୍ସାହିତ ରହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରଥମ ବ୍ୟାଚରେ ଭାରତୀୟ ଟିମ୍‌ ଖେଳାଳି ନ୍ୟୁୟର୍କରେ ପହଞ୍ଚିଛନ୍ତି । ବିସିସିଆଇ ଏମାନଙ୍କର ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ରୋହିତ ଶର୍ମା ସମସ୍ତ ଖେଳାଳିଙ୍କୁ ଆଲିଙ୍ଗନ କରିଛନ୍ତି ।

ରୋହିତ ଜସପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା ସହିତ ମିଶି ମସ୍ତି କରୁଛନ୍ତି । ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଫ୍ୟାନ୍ସ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଜଣେ ଫ୍ୟାନ୍‌କୁ ଅଟୋଗ୍ରାଫ ଦେଇଛନ୍ତି । କୁଲଦୀପ ଯାଦବ ମସ୍ତି କରୁଥିବାର ନଜର ଆସିଛନ୍ତି ।

ଟି-୨୦ ବିଶ୍ୱକପ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନେକ ଖେଳାଳି ପ୍ରଥମ ପର୍ଯ୍ୟାୟରେ ନ୍ୟୁୟର୍କ ଗସ୍ତରେ ଯାତ୍ରା କରିଛନ୍ତି । ରୋହିତ ଶର୍ମା, ରାହୁଲ ଦ୍ରାବିଡ, ଜଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଶିବମ ଦୁବେ, ଋଷଭ ପନ୍ତ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଖଲୀଲ ଅହମଦ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଏବଂ ଅନ୍ୟ କୋଚିଂ ଷ୍ଟାଫ୍ ସାମିଲ ରହିଛନ୍ତି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଖେଳାଳି ନ୍ୟୁୟର୍କ ଗସ୍ତରେ ଯିବେ ।

ତେବେ ଷ୍ଟାର ଅଲରାଉଣ୍ଡର ବିରାଟ କୋହଲିଙ୍କ ସହିତ ଅନ୍ୟ କିଛି ଖେଳାଳି ଯେଉଁ ଆଇପିଏଲ ପ୍ଲେ ଅଫ ଟିମରେ ସାମିଲ ରହିଛନ୍ତି, ସେମାନେ ଗସ୍ତ କରିନାହାନ୍ତି । ବିରାଟ ୩୦ ମଇରେ ବିଶ୍ୱକପ ପାଇଁ ଗସ୍ତ କରିବେ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

Swagatika

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

12 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

19 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

21 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

38 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

1 hour ago