ରାଜକୋଟ ପହଞ୍ଚିଲା ଟିମ ଇଣ୍ଡିଆ, ବିସିସିଆଇ ସେୟାର କଲା ଅକ୍ଷୟ ପଟେଲଙ୍କ ଟ୍ରାଭେଲ ବ୍ଲଗ୍

ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି । ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିସାରିଛି । ଏହାର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆ ରୋଜକୋଟରେ ପହଞ୍ଚିସାରିଛି । ଆସନ୍ତାକାଲି ଖେଳାଯିବ ତୃତୀୟ ଟି୨୦ ମ୍ୟାଚ ।
ଟିମ୍ ଇଣ୍ଡିଆ ସିରିଜର ଦ୍ବିତୀୟ ମ୍ୟାଚ୍ ଚେନ୍ନାଇରେ ଖେଳିଥିଲା । ଏହି ମ୍ୟାଚକୁ ୨ ୱିକେଟରେ ଜିତିବା ପରେ ଟିମ୍ ଏବେ ରାଜକୋଟରେ ପହଞ୍ଚିଛି । ଯାହାର ଭିଡିଓ ଭିଡିଓ ବିସିସିଆଇ ସେୟାର କରିଛନ୍ତି । ବିସିସିଆଇ ଭିଡିଓକୁ ଏକ ଟ୍ରାଭେଲ ବ୍ଲଗ ଭଳି ସେୟାର କରିଛି । ଏଥିରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ଟି-୨୦ ଟିମର ଉପ ଅଧିନାୟକ ଅକ୍ଷର ପଟେଲ ନଜର ଆସିଛନ୍ତି । ଏହି ବ୍ଲଗକୁ ଅକ୍ଷର ହୋଷ୍ଟ କରିଛନ୍ତି ।
𝙏𝙚𝙖𝙢 𝙑𝙡𝙤𝙜 🎬
Chennai ✈️ Rajkot
Presenting Axar Patel in a never seen before Avatar 😎
The #TeamIndia vice-captain goes behind the cam 🎥#INDvENG | @IDFCFIRSTBank | @akshar2026 pic.twitter.com/RuTGW8ChYN
— BCCI (@BCCI) January 27, 2025
ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି୨୦ ସିରିଜରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଭଲ ରହିଛି । ସିରିଜର ଦୁଇଟି ମ୍ୟାଚ ଜିତି ଫ୍ୟାନ୍ସଙ୍କୁ ଖୁସି କରିଛନ୍ତି ଖେଳାଳି । ପ୍ରଥମ ମ୍ୟାଚକୁ ମାତ୍ର ୧୩ ଓଭରରେ ଜିତିନେଇଥିବା ବେଳେ ଦ୍ବିତୀୟ ମ୍ୟାଚକୁ ୨ ୱିକେଟରେ ଜିତିନେଇଥିଲା । ଦ୍ବିତୀୟ ମ୍ୟାଚରେ ତିଳକ ବର୍ମାଙ୍କ ବ୍ୟାଟିଂ ଦମଦାର ରହିଥିଲା । ଚେନ୍ନାଇ ମ୍ୟାଚରେ ହିରୋ ସାଜିଥିଲେ ତିଳକ ବର୍ମା । ତିଳକ ବର୍ମା ଅପରାଜିତ ରହି ୭୨ ରନ୍ କରିଥିଲେ । ଏଥିପାଇଁ ତିଳଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ମିଳିଥିଲା ।
ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ :
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ
Also Read : ଭାରତକୁ ବିଜୟ ମୁକୁଟ ପିନ୍ଧାଇଲେ ତିଳକ, ନତମସ୍ତକ ହେଲେ ଅଧିନାୟକ : ଭିଡିଓ ଭାଇରଲ