ଏଜବାଷ୍ଟନ ଟେଷ୍ଟ : ଇଂଲଣ୍ଡ ଆଗରେ ଭାରତ ରଖିଲା ୩୭୮ ରନ୍‌ର ବିଜୟଲକ୍ଷ୍ୟ

ବର୍ମିଂହମ୍‌ : ଏଜବାଷ୍ଟନ ଟେଷ୍ଟର ଆଜି ଚତୁର୍ଥ ଦିବସରେ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ତେବେ ଦ୍ୱିତୀୟ ପାଳିରେ ୨୪୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି ଭାରତୀୟ ଦଳ ।
ଦ୍ୱିତୀୟ ଇନିଂସ୍‌ରେ ଭାରତ ପକ୍ଷରୁ ଓପ୍ନର ପୂଜାରା ୬୬, ପ୍ରଥମ ଇନିଂସ୍‌ରେ ଜୋରଦାର ଶତକ କରିଥିବା ଓ୍ଵିକେଟ୍‌ କିପର ଋଷଭ ପନ୍ତ ୫୭, ରବୀନ୍ଦ୍ର ଜାଡେଜା ୨୩ ରନ୍‌ କରିଥିଲେ । ତେବେ ପୁଣି ଫେଲ୍‌ ମାରିଛନ୍ତି ବିରାଟ କୋହଲି । ସେ ମାତ୍ର ୨୦ ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ପରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଛି । ପୂର୍ବରୁ ଭାରତୀୟ ଦଳ ପ୍ରଥମ ଇନିଂସରେ ୪୧୬ ରନ୍‌ କରିଥିଲା । ଜବାବରେ ଇଂଲଣ୍ଡ ୨୮୪ ରନ୍‌ କରି ୧୩୨ ରନ୍‌ ପଛରେ ରହିଥିଲା ।

ତେବେ ଏହି ମ୍ୟାଚ୍‌ରେ ଭାରତୀୟ ଓ୍ଵିକେଟ୍‌ କିପର ଏକ ରେକର୍ଡ଼ କରିଛନ୍ତି । ୭୮ ବର୍ଷ ଭିତରେ ସେ ହେଉଛନ୍ତି ପ୍ରଥମ ଓ୍ଵିକେଟ୍‌ କିପର ଯିଏକି ପ୍ରଥମ ଇନିଂସ୍‌ରେ ଶତକ ଏବଂ ଦ୍ୱିତୀୟ ଇନିଂସ୍‌ରେ ଅର୍ଦ୍ଧଶତକ କରିଛନ୍ତି । ପ୍ରଥମରେ ସେ ୧୧୧ ବଲ୍‌ରେ ୧୪୬ ରନ୍‌ କରିବା ପରେ ଦ୍ୱିତୀୟ ଇନିଂସ୍‌ରେ ୮୬ ବଲ୍‌ରେ ୫୭ ରନ୍‌ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.