ଚାମ୍ପିଅନ୍ସ ଟ୍ରଫି ୨୦୨୫ : ଖୁବଶୀଘ୍ର ଟିମ୍ ଘୋଷଣା କରିବ ଟିମ୍ ଇଣ୍ଡିଆ, ରୋହିତ-ବିରାଟ ଖେଳିବା ନେଇ ମିଳିଲା ସଂକେତ
ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ୨୨ ଫେବ୍ଆରୀରୁ ହେବ । ଏଥିପାଇଁ ଟିମ୍ ଇଣ୍ଡିଆ ଜାନୁଆରୀ ଭିତରେ ଘୋଷଣା ହୋଇପାରେ । ଆଇସିସି ୧୨ ଜାନୁଆରୀରୁ ସମସ୍ତ ବୋର୍ଡ ପାଇଁ ତାରିଖ ଘୋଷଣା ହୋଇସାରିଛି । ଭାରତୀୟ ଟିମରେ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା ଖେଳିବା ସମ୍ଭବ ।
ଆଇସିସିର ଜଣେ ଅଧିକାରୀଙ୍କ କହିବା ମୁତାବକ, ସମସ୍ତ ଟିମ୍ ୧୨ ଜାନୁଆରୀ ଭିତରେ ନିଜ ଟିମ ତାଲିକା ଦେବାକୁ ହେବ । ୧୩ ଫେବ୍ଆରୀ ପର୍ଯ୍ୟନ୍ତ ଟିମରେ ପରିବର୍ତ୍ତନ ହୋଇପାରିବ । ଆଇସିସି ୧୩ ଫେବ୍ଆରୀକୁ ଜମା ହୋଇଥିବା ଟିମ୍ ତାଲିକା ଜାରି କରିବ । ଅଜିତ ଅଗରକରଙ୍କ ନେତ୍ତ୍ବରେ ଚୟନକର୍ତ୍ତା ଟିମ୍ ୧୨ ଜାନୁଆରୀ ଭିତରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଟିମ୍ ଘୋଷଣା କରିପାରେ ବୋଲି ଆଶା କରାଯାଉଛି ।
ଚାମ୍ପିଅନ୍ସ ଟ୍ରଫି ପାଇଁ ସମ୍ଭାବ୍ୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଅଶର୍ଦୀପ ସିଂ, ଜସପ୍ରୀତ ବୁମରା ।
ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଦୁବାଇରେ ଖେଳାଯିବ । ଭାରତ ନିଜର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବ । ଯଦି ଭାରତ ଫାଇନାଲରେ ପହଞ୍ଚେ ତେବେ ଫାଇନାଲ ଦୁବାଇରେ ଖେଳାଯିବ ।
ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳସୂଚୀ :
୧୯ ଫେବୃଆରୀ: ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, କରାଚୀ
୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ
୨୧ ଫେବୃଆରୀ : ଆଫଗାନିସ୍ତାନ ବନାମ ସାଉଥ ଆଫ୍ରିକା, କରାଚୀ
୨୨ ଫେବୃଆରୀ :ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
୨୩ ଫେବୃଆରୀ : ଭାରତ ବନାମ ପାକିସ୍ତାନ, ଦୁବାଇ
୨୪ ଫେବୃଆରୀ : ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି
୨୫ ଫେବୃଆରୀ: ଅଷ୍ଟ୍ରେଲିଆ ବନାମ ସାଉଥ ଆଫ୍ରିକା, ରାୱଲପିଣ୍ଡି
୨୬ ଫେବୃଆରୀ : ଆଫଗାନିସ୍ତାନ ବନାମ ଇଂଲଣ୍ଡ : ଲାହୋର
୨୭ ଫେବୃଆରୀ :ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
୨୮ ଫେବୃଆରୀ : ଆଫଗାନିସ୍ତାନ ବନା ଅଷ୍ଟ୍ରେଲିଆ : ଲାହୋର
୧ ମାର୍ଚ୍ଚ : ସାଉଥ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ
୨ ମାର୍ଚ୍ଚ : ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
୪ ମାର୍ଚ୍ଚ : ସେମିଫାଇନାଲ ୧, ଦୁବାଇ
୫ ମାର୍ଚ୍ଚ : ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ : ଫାଇନାଲ, ଲାହୋର/ଭାରତ ଫାଇନାଲକୁ ଗଲେ ଦୁବାଇରେ ହେବ ଖେଳ