ସିଡନୀ ଟେଷ୍ଟ ଯୋଗୁଁ ଅଷ୍ଟ୍ରେଲିଆରେ ଫସିଛି ଭାରତୀୟ ଟିମ୍, ଫେରିବାକୁ ମିଳୁନି ଟିକେଟ

ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ ୩ ଦିନରେ ସରିବା ପରେ ଭାରତୀୟ ଟିମ୍ ଏବେ ଅଷ୍ଟ୍ରେଲିଆରେ ଫସିଛି । ଭାରତର ଦୁଇ ମାସିଆ ଅଷ୍ଟ୍ରେଲିଆ ଟୁର ଶେଷ ଜାନୁଆରୀ ୭ରେ ହୋଇଥାନ୍ତା ଆଉ ପୁରା ଟିମ୍ ୮ ତାରିଖକୁ ଘରକୁ ଫେରିଥାନ୍ତା । ଏବେ ମ୍ୟାଚ ୨ ଦିନ ପୂର୍ବରୁ ସରିଯିବାରୁ ଟିମ୍ ସିଡନୀରେ ଫସିଛି । ବିସିସିଆଇ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ଫେରିବାକୁ ଟିକେଟ ଯୋଗାଡ କରୁଛି । ଟିକେଟ ମିଳିବା ପରେ ଟିମ୍ ସ୍ବଦେଶ ଫେରିବ ।

ଖବର ମୁତାବକ, ଟିମ ଇଣ୍ଡିଆ ଘରକୁ ଫେରିବା ପାଇଁ ଟିକେଟ ଯୋଗାଡ କରୁଛି । ଟିମ୍ ୮ ଜାନୁଆରୀରେ ଉଡାଣ ଭରିବାର ଥିଲା, କିନ୍ତୁ ମ୍ୟାଚ ଜଲଦି ସରିବା କାରଣରୁ କିଛି ଖେଳାଳି ଘରକୁ ଫେରିବାକୁ ଚାହୁଁଛନ୍ତି । ଆଉ ଟିକେଟ ୮ ତାରିଖକୁ ରହିଥିଲା । ତେଣୁ ଯଦି ଟିକେଟ ମିଳିଯାଏ, ତେବେ କିଛି ଖେଳାଳି ଆଜି ଉଡାଣ ଭରିପାରନ୍ତି ।

ଟିମ୍ ଇଣ୍ଡିଆର ଖେଳାଳି ଏବଂ ମ୍ୟାନେଜମେଣ୍ଟ ସହିତ ମିଡିଆ ଏବଂ ଫ୍ୟାନ୍ସ ମଧ୍ୟ ଭାରତ ଫେରିବାକୁ ଚାହୁଁଛନ୍ତି । ଆଉ ଟିକେଟ ୮ ତାରିଖ ପରେ ରହିଛି । ତେବେ ଲଜିଷ୍ଟିକ୍ସ ମ୍ୟାନେଜର ଟିମ୍ ଏହାକୁ ନେଇ କାମ କରୁଛନ୍ତି । ସେମାନେ ଟିକେଟ ଯୋଗାଡ କରି ଖେଳାଳିଙ୍କୁ ଭାରତ ପଠାଇବାକୁ ଚେଷ୍ଟା କରୁଛନ୍ତି ।

ଏମିତିରେ ସବୁ ଖେଳାଳି ଏକାସାଙ୍ଗରେ ଭାରତ ନ ଫେରିପାରନ୍ତି । ଟିମର ଅଧିକାଂଶ ଖେଳାଳି ନଭେମ୍ବରର ଦ୍ବିତୀୟ ସପ୍ତାହରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ ଏବଂ ବିରାଟ କୋହଲି ୧୦ ନଭେମ୍ବରରୁ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା ।

ବର୍ଡର ଗାଭାସ୍କର ଟ୍ରଫିରେ ୫ଟି ମ୍ୟାଚ ଖେଳାଯାଇଥିଲା । ଏଥିରେ ଅଷ୍ଟ୍ରେଲିଆ ସିରିଜକୁ ୩-୧ରେ ଜିତିଥିଲା । ପ୍ରଥମ ମ୍ୟାଚ ଗାବା, ଦ୍ବିତୀୟ ଟେଷ୍ଟ ଆଡଲେଡ, ୩ୟ ଟେଷ୍ଟ ବ୍ରିସବେନ, ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣ ଏବଂ ୫ମ ଟେଷ୍ଟ ସିଡନୀରେ ଖେଳାଯାଇଥିଲା ।

ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ ହାସଲ କରିଛି । ଭାରତର WTC ଫାଇନାଲରେ ପହଞ୍ଚିବାର ଆଶା ମଉଳିଛି । ପଞ୍ଚମ ଟେଷ୍ଟରେ ୧୬୨ ରନର ଟାର୍ଗେଟକୁ ପିଛା କରୁଥିବା ଟିମ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ବାଜି ମାରିଛି ।