ବାରବାଡୋସରେ ଫସିଲା ଭାରତୀୟ ଟିମ୍‌ ଏବଂ ସପୋର୍ଟ ଷ୍ଟାଫ, ଘୂର୍ଣ୍ଣିଝଡ ଯୋଗୁଁ ସମସ୍ତ ବିମାନ ରଦ୍ଦ

ଭାରତୀୟ ଟିମ୍‌ ଆଇସିସି ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତି କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି । ସାଉଥ ଆଫ୍ରିକାକୁ ମାତ୍ର ୭ ରନରେ ହରାଇ ରୋହିତ ବାହିନୀ ବିଶ୍ୱବିଜେତା ହୋଇଛି । କିନ୍ତୁ ଟ୍ରଫି ଏବଂ ଟିମ୍‌କୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କ ପାଇଁ ନିରାଶ ଖବର । ବାରବାଡୋସରେ ଟି୨୦ ବିଶ୍ୱକପ ଫାଇନାଲ ଖେଳାଯାଇଥିବା ବେଳେ ଖରାପ ପାଣିପାଗ ଯୋଗୁଁ ଭାରତୀୟ ଟିମ୍‌ ଫସିଛି । ଘୂର୍ଣ୍ଣିଝଡ ଯୋଗୁଁ ବିମାନ ଉଡାଣ ଭରିପାରୁନାହିଁ । ତେଣୁ ହୋଟେଲରେ ଫସିଛନ୍ତି ଭାରତୀୟ ଟିମ୍‌ ଖେଳାଳି ଏବଂ ସପୋର୍ଟ ଷ୍ଟାଫ । ସେମାନେ କେବେ ଫେରିବେ ବିସିସିଆଇ ପକ୍ଷରୁ କିଛି କୁହାଯାଇନି ।

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ଜିତିବା ପରେ ଖୁବଶୀଘ୍ର ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ବାରବଡୋସରେ ଘୂର୍ଣ୍ଣିଝଡ ହେଉଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି । ଏଥିପାଇଁ ସବୁ ଏୟାରପୋର୍ଟ ବନ୍ଦ କରାଯାଇଛି । ସମସ୍ତ ଉଡାଣ ରଦ୍ଦ ହୋଇଛି । ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଝଡ ତୋଫାନ ଯୋଗୁଁ କଫ୍ୟୁ ଭଳି ମାହୋଲ ରହିଛି ।

ବାରବଡୋସରେ ଘୂର୍ଣ୍ଣିଝଡ ଯୋଗୁଁ ଭାରତୀୟ ଟିମ୍‌ ହୋଟେଲ ରୁମରେ ବନ୍ଦ ରହିଛନ୍ତି । ବାହାରକୁ ନ ବାହାରିବା ପାଇଁ ଚେତାବନୀ ଜାରି ହୋଇଛି । ଝଡତୋଫାନ ଯୋଗୁଁ ଭାରତୀୟ ଟିମ୍‌ ହୋଟେଲରେ ନିଜ ନିଜ ରୁମରେ ବନ୍ଦ ରହିଛି । ରିପୋର୍ଟ ମୁତାବକ, ହୋଟେଲରେ ୭୦ରୁ ଅଧିକ ସଦସ୍ୟ ଫସିଛନ୍ତି । ପାଣିପାଗ ଯେତେଶୀଘ୍ର ବଦଳିବ ଏହାପରେ ସମସ୍ତ ସଦସ୍ୟଙ୍କୁ ଚାର୍ଟର ଫ୍ଲାଇଟ ଯୋଗେ ବାରବଡୋସରୁ ବ୍ରିଜଟାଉନ ଅଣାଯିବ । ଏହାପରେ ଭାରତୀୟ ଟିମ୍‌ ଏବଂ ସପୋର୍ଟ ଷ୍ଟାଫ ଦିଲ୍ଲୀ ପାଇଁ ଉଡାଣ ଭରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.