ଏଜବାଷ୍ଟନ ଟେଷ୍ଟ : ଇଂଲଣ୍ଡ ପ୍ରଥମ ପାଳିରେ ୨୮୪ ରନ୍‌ କରି ଅଲ୍‌ଆଉଟ୍‌

ବର୍ମିଂହାମ୍‌ : ଏଜବାଷ୍ଟନ ଟେଷ୍ଟରେ ଘରୋଇ ଇଂଲଣ୍ଡ ଦଳ ପ୍ରଥମ ପାଳିରେ ୨୮୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଫଳରେ ଭାରତ ୧୩୨ ରନ୍‌ରେ ଆଗୁଆ ରହିଛି । ଏହାପରେ ଭାରତୀୟ ଦଳ ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି ।
ମାତ୍ର ୮୩ ରନ୍‌ରେ ୫ ଓ୍ଵିକେଟ୍‌ ହରାଇଥିବା ଇଂଲଣ୍ଡକୁ ଜନୀ ବ୍ୟାରେଷ୍ଟୋ ବଞ୍ଚାଇ ଦେଇଥିଲେ । ସେ ୧୦୬ ରନ୍‌ କରିବା ଯୋଗୁଁ ଘରୋଇ ଟିମ୍‌ ନିଜର ସମ୍ମାନ ରଖି ପାରିଥିଲା । ବିଲିଂସ ୩୬ ରନ୍‌ ଏବଂ ମ୍ୟାଟ୍ଟି ପଟ୍‌ସ ୧୯ ରନ୍‌ କରି ଭଲ ସହଯୋଗ ଦେଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ୪, ବୁମରା ୩ ଏବଂ ସାମି ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

ପରେ ଭାରତ ତାର ଦ୍ୱିତୀୟ ପାଳିରେ ୧୪ ଓଭର ବେଳକୁ ଗୋଟିଏ ଓ୍ଵିକେଟ୍‌ ହରାଇ ୩୭ ରନ୍‌ କରିଛି । ଓପ୍ନର ଶୁଭମାନ ଗିଲ୍‌ ୪ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଚେତେଶ୍ୱର ପୂଜାରା ଏବଂ ହନୁମା ବିହାରୀ ବ୍ୟାଟିଂ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.