ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩୨୩ ରନର ଟାର୍ଗେଟ୍ ଦେଇଛି ଟିମ୍ ଇଣ୍ଡିଆ

ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩୨୩ ରନର ଟାର୍ଗେଟ୍ ଦେଇଛି ଟିମ୍ ଇଣ୍ଡିଆ । ମ୍ୟାଚର ଚତୁର୍ଥ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୩୦୭ ରନରେ ଅଲଆଉଟ୍ ହୋଇଯାଇଛି । ଚତୁର୍ଥ ଦିନରେ ତିନି ଓ୍ଵିକେଟ୍ ୧୫୦ ରନ୍ରୁ ଖେଳ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ପୂଜାର ୭୧ ଓ ରାହାଣେ ୭୦ ରନ୍ କରିଛନ୍ତି । ପୂଜାରା ଆଉଟ୍ ହେବା ପରେ ଭାରତର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ପଡ଼ିଥିଲା ।
ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ସର୍ବାଧିକ ୬ଟି ଓ୍ଵିକେଟ୍ ନେଇଛନ୍ତି । ପ୍ରଥମ ଇନିଂସରେ ଭାରତ ୨୫୦ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୨୩୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଜବାବରେ ଅଷ୍ଟ୍ରେଲିଆ ଚା’ ପାନ ବିରତି ସୁଦ୍ଧା ଗୋଟିଏ ୱିକେଟ ହରାଇ ୨୮ ରନ କରିଛି।