ବାଂଲାଦେଶ ସିରିଜ ପାଇଁ ବିସିସିଆଇ ଘୋଷଣା କଲା ଖେଳସୂଚୀ, ଜାଣନ୍ତୁ କେଉଁଠି ଖେଳାଯିବ ମ୍ୟାଚ

ଆଇପିଏଲ ସରିବା ପରେ ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ । ଦୁଇ ଦଳ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଇଂଲଣ୍ଡ ଗସ୍ତ କରିବା ପରେ ଭାରତୀୟ ଦଳ ODI ଏବଂ T20 ସିରିଜ ପାଇଁ ବାଂଲାଦେଶ ଗସ୍ତ କରିବ । ବିସିସିଆଇ ଏଥିପାଇଁ ଖେଳସୂଚୀ ଜାରି କରିଛି ।
ଟିମ୍ ଇଣ୍ଡିଆର ଅଗଷ୍ଟ ୧୭ରୁ ବାଂଲାଦେଶ ଗସ୍ତ ଆରମ୍ଭ କରିବ ଏବଂ ଶେଷ ମ୍ୟାଚ୍ ଅଗଷ୍ଟ ୩୧ରେ ଖେଳାଯିବ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ଧଳା ବଲ୍ ସିରିଜ୍ ହେବ । ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ସିରିଜ୍ ଖେଳିବ ।
ପ୍ରଥମ ଦିନିକିଆ – ଅଗଷ୍ଟ ୧୭ (ମୀରପୁର)
ଦ୍ୱିତୀୟ ଦିନିକିଆ – ଅଗଷ୍ଟ ୨୦ (ମୀରପୁର)
ତୃତୀୟ ODI – ଅଗଷ୍ଟ ୨୩ (ଚଟ୍ଟୋଗ୍ରାମ)
ପ୍ରଥମ ଟି-୨୦ ମ୍ୟାଚ୍ – ୨୬ ଅଗଷ୍ଟ (ଚଟ୍ଟୋଗ୍ରାମ)
ଦ୍ୱିତୀୟ ଟି-୨୦ ମ୍ୟାଚ୍ – ଅଗଷ୍ଟ ୨୯ (ମୀରପୁର)
ତୃତୀୟ ଟି-୨୦ ମ୍ୟାଚ୍ – ୩୧ ଅଗଷ୍ଟ (ମୀରପୁର)
ଆଇପିଏଲ ସରିବା ପରେ ଟିମ୍ ଇଣ୍ଡିଆ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇଂଲଣ୍ଡ ବିପକ୍ଷରେ ଖେଳିବ । ଇଂଲଣ୍ଡ ସିରିଜ ୪ ଅଗଷ୍ଟରେ ଶେଷ ହେବ । ଅକ୍ଟୋବରରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତ କରିବ ।
Also Read : ଶ୍ରେୟସ ଆୟରଙ୍କୁ ବଡ଼ ଉପହାର ଦେଲା ଆଇସିସି, ପଛରେ ରହିଗଲେ ନ୍ୟୁଜିଲାଣ୍ଡ ଖେଳାଳି