ଚାମ୍ପିଅନ୍ସ ଟ୍ରଫି ୨୦୨୫ : ପାକିସ୍ତାନ ଖେଳିବାକୁ ଯିବନି ଭାରତୀୟ ଟିମ, ମ୍ୟାଚ ଦୁବାଇ କିମ୍ବା ଶ୍ରୀଲଙ୍କାରେ କରିବାକୁ ଆଇସିସିକୁ ଅପିଲ କରିବ ବିସିସିଆଇ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଆୟୋଜନ ପାକିସ୍ତାନରେ ହେବ । ଏହାକୁ ଖେଳିବା ପାଇଁ ପାକିସ୍ତାନ ନଯାଇ ପାରେ ଭାରତୀୟ ଟିମ୍‌ । ବିସିସିଆଇ ଏନେଇ ଆଇସିସି ସହ ଯୋଗାଯୋଗ କରିବ । ଭାରତୀୟ ଦଳର ଖେଳାଯିବାକୁ ଥିବା ମ୍ୟାଚ୍ ସବୁ ଦୁବାଇ କିମ୍ବା ଶ୍ରୀଲଙ୍କାରେ କରିବାକୁ ବିସିସିଆଇ ପ୍ରସ୍ତାବ ଦେବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ଏସିଆ କପରେ ଏଭଳି ହୋଇଥିଲା ।

ଖବର ମୁତାବକ, ଭାରତୀୟ ଟିମ୍‌ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ନ ଯାଇପାରେ । ବିସିସିଆଇ ଆଇସିସିକୁ ଏହି ମ୍ୟାଚ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଖେଳିବାକୁ ଅପିଲ୍‌ କରିପାରେ । ତେବେ ଭାରତର ସବୁ ମ୍ୟାଚ ଦୁବାଇ ଓ ଶ୍ରୀଲଙ୍କାରେ ହୋଇପାରେ । ଆଉ ଅନ୍ୟ ମ୍ୟାଚ ପାକିସ୍ତାନରେ ହୋଇପାରେ ।

ପାକିସ୍ତାନ ନିକଟରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଡ୍ରାଫ୍ଟ ଦେଇଥିଲା । ପାକିସ୍ତାନ କ୍ରିକେଟ ବୋର୍ଡ ସଂପୂର୍ଣ୍ଣ ସିଡକୁଲ୍ୟ ମଧ୍ୟ ପ୍ରସ୍ତୁତ କରିସାରିଛି । ଭାରତ ଏବଂ ପାକିସ୍ତାନ ମ୍ୟାଚ ଲାହୋରରେ ଆୟୋଜିତ କରିବାକୁ ପ୍ଲାନ କରିଥିଲା । ଏହି ମ୍ୟାଚ ମାର୍ଚ୍ଚ ୧ରେ ଖେଳାଯିବ । କିନ୍ତୁ ଭାରତୀୟ ଟିମ୍‌ ପାକିସ୍ତାନ ଯିବାର କିଛି ବି ପ୍ଲାନ ରଖିନାହାନ୍ତି ସରକାର । ପାକିସ୍ତାନ ଭାରତୀୟ ଟିମର ସୁରକ୍ଷା ଦୃଷ୍ଟିରୁ ସବୁ ମ୍ୟାଚ ଲାହୋରରେ ରଖିଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ତିକ୍ତତା ଏବଂ ସୁରକ୍ଷା ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍ ସମ୍ପର୍କ ବନ୍ଦ ରହିଛି । ଶେଷଥର ପାଇଁ ୨୦୧୨-୧୩ରେ ପାକିସ୍ତାନ ଦଳ ଭାରତ ଆସି ଖେଳିଥିଲା । ତେବେ ଭାରତୀୟ ଦଳ ୨୦୦୮ରେ ଶେଷଥର ପାକିସ୍ତାନରେ ଖେଳିଥିଲା । ପୂର୍ବରୁ ଏସିଆ କପ୍ ବେଳେ ଏହି ପରିସ୍ଥିତି ଯୋଗୁଁ ଭାରତ ତାର ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଭାରତ ସରକାର ନେବେ ବୋଲି ବିସିସିଆଇ ତରଫରୁ କୁହାଯାଇଛି ।

ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ପାଇଁ ସମସ୍ତ ପ୍ରସ୍ତୁତ କରିସାରିଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମକୁ ଠିକ୍‌ କରିବାକୁ ପ୍ଲାନ କରିଛି । ପିସିବି କାମ ଆରମ୍ଭ କରିସାରିଛି । ଚାମ୍ପିଅନ୍ସ ଟ୍ରଫି ମ୍ୟାଚର ଗ୍ରୁପ ଏରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ରହିଛି । ଗ୍ରୁପ ବିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଆଫାଗିନସ୍ତାନ ରହିଛି ।