ଶେଷ ଟି-୨୦ ପୂର୍ବରୁ ଶାହରୁଖଙ୍କ ଫିଲ୍ମ ‘ପଠାନ ’ ଦେଖିଲେ ଟିମ୍ ଇଣ୍ଡିଆର ଖେଳାଳି, ଭାଇରଲ ହେଉଛି ଫଟୋ
ବକ୍ସ ଅଫିସରେ ବଲିଉଡ ଫିଲ୍ମ ‘ ପଠାନ’ ଜବରଦସ୍ତ ଆୟ କରିବାରେ ଲାଗିଛି । ଜାନୁଆରୀ ୨୫ରେ ରିଲିଜ ହୋଇଥିବା ଏହି ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ୬ ଦିନରେ ୬୦୦ କୋଯି ପାର କରିଛି। ଏହା ମଧ୍ୟରେ ବଲିଉଡ ଫିଲ୍ମର ଦିଓ୍ଵାନା ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍ । ମଙ୍ଗଳବାର ଦିନ ଟିମ୍ ଇଣ୍ଡିଆ ଅହମଦାବାଦ ପହଞ୍ଚିବା ପରେ ମିନିପ୍ଲେକ୍ସରେ ଫିଲ୍ମର ମଜା ନେଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଭାଇରଲ ହେଉଥିବା ଭିଡିଓରେ ଭାରତୀୟ ଖେଳାଳି ମିନିପ୍ଲେକ୍ସ ଭିତରେ ବଡ ସ୍କ୍ରିନ ସାମ୍ନାରେ ଫିଲ୍ମକୁ ଉପଭୋଗ କରୁଥିବା ନଜର ଆସିଛନ୍ତି। ଏହି ଫଟୋରେ କୁଲଦୀପ ଯାଦବ, ଶୁଭମନ ଗିଲ୍, ଈଶାନ କିଶନ, ୟୁଜବେନ୍ଦ୍ର ଚହଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖିବାକୁ ମିଳିଛି ।
#Pathaan fever everywhere! #TeamIndia at Newfangled Miniplex to watch the biggest hit of Hindi Cinema!
PATHAAN 600 CRORES WORLDWIDE @iamsrk @yrf @BCCI #INDvsNZ #ShahRukhKhan pic.twitter.com/XoOGnicf2g— Shah Rukh Khan Universe Fan Club (@SRKUniverse) January 31, 2023
ତେବେ ଶେଷ ଟି-୨୦ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍ ଅହମଦାବାଦ ପହଞ୍ଚି ମନୋରଂଜନ କରୁଥିବାର ନଜର ଆସିଛନ୍ତି । ଭାରତୀୟ କ୍ରିକେଟ ଟିମ୍ ଆଜି ତୃତୀୟ ଟି-୨୦ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ସିରିଜ ୧-୧ରେ ବରାବର ରହିଛି । ଆଜି ଅହମଦାବାଦ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳାଯିବ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍।
ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୨୧ ରନରେ ଜିତିଥିଲା। ଦ୍ୱିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟୀ ହୋଇଥିଲା। ସିରିଜ୧-୧ରେ ବରାବର ରହିଛି। ତେଣୁ ଶେଷ ମ୍ୟାଚ୍ ଜିତି ଉଭୟ ଦଳ ସିରିଜ୍ କବ୍ଜା କରିବାକୁ ଚେଷ୍ଟା କରିବ। ଶୃଙ୍ଖଳା ଜିତିବା ପାଇଁ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ପାଲଟିଯାଇଛି। ଯଦି ଭାରତ ଜିତେ ତାହେଲେ ଘରୋଇ ମାଟିରେ ଶୃଙ୍ଖଳା ବିଜୟ ଧାରା ବଜାୟ ରଖିବ।