ଚାମ୍ପିଅନ୍ସ ଟ୍ରଫିକୁ ଖେଳିବାକୁ ପାକିସ୍ତାନ ଯିବନି ଭାରତୀୟ ଟିମ୍, ଆଇସିସିକୁ ଜଣାଇଲା ବିସିସିଆଇ
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବନି ଭାରତୀୟ ଟିମ୍ । ବିସିସିଆଇ ଏନେଇ ଆଇସିସି ସହିତ କଥା ହୋଇଛି । ରିପୋର୍ଟ ମୁତାବକ, ବିସିସିଆଇକୁ ଭାରତ ସରକାର ଟିମକୁ ପାକିସ୍ତାନ ନଯିବାକୁ ପରାମର୍ଶ ଦେଇଛି । ଆଇସିସି ଚାମ୍ପିଅନ୍ସ ଟିମ୍ ଆୟୋଜନ ଦାୟିତ୍ବ ପାକିସ୍ତାନକୁ ମିଳିଛି । ଏବେ ଭାରତୀୟ ଟିମକୁ ପାକିସ୍ତାନ ଯାତ୍ରା ନ କରିବା ଯୋଗୁଁ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲ ଭାବେ କରାଯିବ ।
ଭାରତୀୟ ଟିମ୍ ଚାମ୍ପିଅନ୍ସ ଟ୍ରଫିର ସମସ୍ତ ମ୍ୟାଚ ୟୁଏଇରେ ଖେଳିପାରେ । ଶ୍ରୀଲଙ୍କା ମଧ୍ୟ ସର୍ଟଲିଷ୍ଟ ହୋଇଛି । କିନ୍ତୁ ୟୁଏଇ ପାକିସ୍ତାନ ନିକଟରେ ହୋଇଥିବା ଯୋଗୁଁ ରେସରେ ଆଗରେ ରହିଛି । ଆଇସିସି ଚଳିତ ସପ୍ତାହରେ ବିସିସିଆଇ ଏହା ବିଷୟରେ କହିଥିଲା । ତେବେ ବିସିସିଆଇ ଏନେଇ କିଭଳି ନିର୍ଣ୍ଣୟ ନେଇଛି, ତାହା ଜଣାପଡିନାହିଁ ।
ଆଇସିସି ପାକିସ୍ତାନ କ୍ରିକେଟ ବୋର୍ଡକୁ କହିବା ପୂର୍ବରୁ ବିସିସିଆଇ ତରଫରୁ ଲିଖିତ ଭାବେ ଦେବାକୁ ଦାବି କରିଛି । ପିସିବି ଚିଫ ମୋହସିନ ନକବୀ କହିଥିଲେ କି, ଯଦି ବିସିସିଆଇକୁ କୌଣସି ଅସୁବିଧା ରହିଛି । ତେବେ ତାହାକୁ ଲିଖିତ ଦେବାକୁ ହେବ । ପିସିବି ପକ୍ଷରୁ ହାଇବ୍ରିଡ ମଡେଲ ଉପରେ କିଛି କଥାବାର୍ତ୍ତା ହୋଇନାହିଁ । କିନ୍ତୁ ଏହା ବିଷୟରେ କହିବାକୁ ପ୍ରସ୍ତୁତ ରହିଛି ।
ଆଇସିସି ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହେବ । ଫାଇନାଲ ମାର୍ଚ୍ଚ ୯ ତାରିଖରେ ଖେଳାଯିବ । ପିସିବି ଏଥିପାଇଁ କାର୍ଯସୂଚୀ ଆରମ୍ଭ କରିଛି । ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯିବ । ମାର୍ଚ୍ଚ ୧ରେ ଦୁଇ ଟିମ ମଧ୍ୟରେ ମ୍ୟାଚ ରହିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୮ଟି ଟିମ୍ ଭାଗ ନେବ । ଚାମ୍ପିଅନ୍ସ ଟ୍ରଫିରେ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ପାକିସ୍ତାନ ଏବଂ ସାଉଥ ଆଫ୍ରିକା ରହିଛି । ଟୁର୍ଣ୍ଣାମେଣ୍ଟ ୧୦୦ ଦିନ ପାଇଁ ଖେଳାଯିବ ।
ପିସିବି ଭାରତୀୟ ଟିମର ସମସ୍ତ ମ୍ୟାଚ ଲାହୋରରେ ଖେଳାଯିବାକୁ ଯୋଜନା ରଖିଛି । ୨୦୦୮ରେ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା ଭାରତ । ଧୋନିଙ୍କ ଅଧିନାୟକତ୍ବରେ ପାକିସ୍ତାନ ମାଟିରେ ଏସିଆ କପ୍ ଖେଳିଥିଲା । ସେତେବେଳେ ଭାରତ ଫାଇନାଲରେ ପହଞ୍ଚିଥିଲା । ଭାରତ ଶ୍ରୀଲଙ୍କା ଠାରୁ ୧୦୦ ରନରେ ହାରିଥିଲା ।