ଟି-୨୦ ବିଶ୍ୱକପ୍‌, ଅଷ୍ଟ୍ରେଲିଆକୁ ୯ ଓ୍ଵିକେଟ୍‌ରେ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

ଦୁବାଇ : ଟି-୨୦ ବିଶ୍ୱ କପ୍‌ ଅଭ୍ୟାସ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆକୁ ୯ ଓ୍ଵିକେଟ୍‌ରେ ହରାଇ ଦେଇଛି । ଟିମ୍‌ ଇଣ୍ଡିଆ ୧୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ୧୭.୫ ଓଭର୍‌ରେ ହାସଲ କରି ନେଇଛି ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫ ଓ୍ଵିକେଟ୍‌ରେ ୧୫୨ ରନ୍‌ କରିଥିଲା । ଷ୍ଟିଭେନ୍‌ ସ୍ମିଥ୍‌ ସର୍ବାଧିକ ୫୭ ରନ୍‌, ମାକ୍ସେଓ୍ଵଲ୍‌ ୩୭ ଏବଂ ଷ୍ଟୋଇନିସ୍‌ ଅପରାଜିତ ୪୧ ରନ୍‌ କରିଥିଲେ ।

ପରେ ଭାରତ ପକ୍ଷରୁ ଦୁଇ ଓପ୍ନର କେ.ଏଲ୍‌ ରାହୁଲ ଓ ରୋହିତ ଶର୍ମା ବଢ଼ିଆ ଆରମ୍ଭ କରିଥିଲେ । ସେମାନେ ୬୮ ରନ୍‌ ସଂଗ୍ରହ କରିଥିଲେ । ରାହୁଲ ୩୯ ରନ୍‌ କରି ଆଉଟ୍‌ ହେବା ପରେ ରୋହିତ ଶର୍ମା ଓ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି ଦଳକୁ ଜିତାଇ ଦେଇଥିଲେ । ରୋହିତ ରିଟାୟାର୍ଡ ହର୍ଟ ହେବା ପୂର୍ବରୁ ୬୦ ଏବଂ ସୂର୍ଯ୍ୟ କୁମାର ୩୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୧୪ ରନ୍‌ କରିଥିଲେ ।

 

SCORE-1

SCORE-2

SCORE-3

Leave A Reply

Your email address will not be published.