ସେମି ଫାଇନାଲରେ ଭାରତ, ଓ୍ଵେଷ୍ଟଇଣ୍ଡିଜକୁ ୫ ଓ୍ଵିକେଟରେ ହରାଇ ଟି 20 ବିଶ୍ବକପ୍ ସେମିଫାଇନାଲରେ କଲା ଏଣ୍ଟ୍ରି

ସୁପର-୮ର ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ। ଓ୍ଵେଷ୍ଟଇଣ୍ଡିଜକୁ ୫ ଓ୍ଵିକେଟରେ ହରାଇ ଚତୁର୍ଥ ଦଳ ଭାବେ ଟି-୨୦ ବିଶ୍ଵକପ୍ ୨୦୨୬ର ସେମି ଫାଇନାଲରେ ପହଞ୍ଚିଛି । ୨୦୧୬ ଟି-୨୦ ବିଶ୍ଵକପ୍ ସେମି ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ। ଓ୍ଵେଷ୍ଟଇଣ୍ଡିଜକୁ ଦ୍ଵାରା ଧାର୍ଯ୍ୟ ୧୯୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୯.୨ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରିଛି । ଏବେ ସେମିରେ ଭାରତ ଇଂଲଣ୍ଡ ସହ ମୁକାବିଲା କରିବ। ସଞ୍ଜୁ ସାମସନ ୯୭ ରନର ଐତିହାସିକ ଅପରାଜିତ ଇନିଂସ ଖେଳି ଭାରତ ବିଜୟରେ ହିରୋ ସାଜିଛନ୍ତି । ୨୦୧୬ ଟି-୨୦ ବିଶ୍ଵକପ୍ ସେମି ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ।

୧୯୬ ରନର ଟାର୍ଗେଟ ପିଛା କରୁଥିବା ଭାରତ ଅଭିଷେକ ଏବଂ ସଞ୍ଜୁଙ୍କ ସହ ଏକ ଦମଦାର ଆରମ୍ଭ କରିଥିଲା। ସେମାନେ ତିନି ଓଭରରେ ୨୯ ରନ ଯୋଡିଥିଲେ। ଏହାପରେ ସଞ୍ଜୁ ୩୫ ବଲରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ତୃତୀୟ ୱିକେଟ ପାଇଁ ୫୮ ରନର ଭାଗୀଦାରି କରିଥିଲେ। ସୂର୍ଯ୍ୟ ୧୬ ବଲ୍ ରେ ୧୮ ରନ କରି ଆଉଟ ହୋଇଥିଲେ, କିନ୍ତୁ ସଞ୍ଜୁ ଦୃଢ଼ ଭାବରେ ବ୍ୟାଟିଂ କରିଥିଲେ। ଦଶମ ଓଭରର ଚତୁର୍ଥ ବଲରେ ସଞ୍ଜୁ ସାମସନ୍ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨୬ ବଲରେ ଏକ ଚୌକା ସାହାଯ୍ୟରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ।

ପ୍ରଥମ ସେମିଫାଇନାଲ – ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲ୍ୟାଣ୍ଡ – ମାର୍ଚ୍ଚ ୪ (କୋଲକାତା)

ଦ୍ଵିତୀୟ ସେମିଫାଇନାଲ – ଭାରତ ବନାମ ଇଂଲଣ୍ଡ – ମାର୍ଚ୍ଚ ୫ (ମୁମ୍ବାଇ)

ଭୟ ସେମିଫାଇନାଲର ବିଜେତା ମାର୍ଚ୍ଚ ୮ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲରେ ଭେଟିବେ।