ଭାରତର ୫୦୦ତମ ବିଜୟ, କୋହଲିଙ୍କ ଆଉ କିଛି ରେକର୍ଡ଼

ଗତକାଲି ନାଗପୁର ଠାରେ ଅଷ୍ଟ୍ରେଲିଆକୁ ୮ ରନ୍ରେ ହରାଇ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ର ଦିନିକିଆ ସିରିଜ୍ରେ ୨-୦ରେ ଆଗୁଆ ରହିଛି । ଏହି ମ୍ୟାଚ୍ରେ ଅଧିନାୟକ ବିରାଟ କୋହଲି ତାଙ୍କର ୪୦ତମ ଦିନିକିଆ ଶତକ ହାସଲ କରିଥିଲେ । ଏହା ସହିତ ପୁଣି କିଛି ରେକର୍ଡ଼ ମଧ୍ୟ ନିଜ ନାଁରେ କରିଛନ୍ତି ବିରାଟ ।
ଏବେ ପ୍ରାୟତଃ କୋହଲିଙ୍କ ପ୍ରତିଟି ସ୍କୋର କିଛି ନା କିଛି ନୂଆ ମାଇଲ୍ ଖୁଣ୍ଟ ସ୍ଥାପନ କରୁଛି । ଗତକାଲି ସେ ତାଙ୍କ ଚମତ୍କାର ଶତକ ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଜିତିଥିଲେ । ଭାରତ ପକ୍ଷରୁ ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଜିତିବାରେ ସେ ସୌରଭ ଗାଙ୍ଗୁଲିଙ୍କୁ ଟପି ଯାଇଛନ୍ତି । ତେବେ ସଚିନ୍ ତେନ୍ଦୁଲକର ବର୍ତ୍ତମାନ ମଧ୍ୟ ଶୀର୍ଷରେ ଅଛନ୍ତି । କୋହଲି ଦ୍ୱିତୀୟରେ ରହିଛନ୍ତି । ତେନ୍ଦୁଲକର ୪୬୩ ମ୍ୟାଚ୍ରେ ୬୨ ଥର, କୋହଲି ୨୨୪ ମ୍ୟାଚ୍ରେ ୩୨ ଥର ଏବଂ ଗାଙ୍ଗୁଲି ୩୦୮ ମ୍ୟାଚ୍ରେ ୩୧ ଥର ଏବଂ ତାଙ୍କ ପଛକୁ ଯୁବରାଜ ସିଂହ ୩୦୧ ମ୍ୟାଚ୍ରେ ୨୭ ଥର ମ୍ୟାନ୍ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି ।
ଦିନିକିଆ ଆନ୍ତର୍ଜାତିକରେ ଗତକାଲି ଭାରତ ତାର ୫୦୦ତମ ବିଜୟ ହାସଲ କରିଥିଲା । ଅଷ୍ଟ୍ରେଲିଆ ପରେ ଭାରତ ହେଉଛି ଦ୍ୱିତୀୟ ଦଳ ଯିଏକି ଏହି ସଫଳତା ହାସଲ କରିଛି । ସଂଯୋଗର କଥା ହେଉଛି । ୪୦୦ତମ ବିଜୟରେ କୋହଲି ଶତକ କରିଥିଲେ ଓ ୫୦୦ତମ ବିଜୟରେ ବି ସେ ଶତକ ହାସଲ କରିଛନ୍ତି ।
ଆହୁରି ମଧ୍ୟ, ଶତକ କରି ଦଳକୁ ଜିତାଇବାରେ ବିଶ୍ୱର ସବୁଠୁ ଆଗରେ ଥିବା ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ । ସଚିନ୍ ଓ ବିରାଟ ଉଭୟ ୩୩ଟି ଲେଖାଏଁ ମ୍ୟାଚ୍ରେ ଶତକ କରି ଦଳକୁ ଜିତାଇଥିବା ବେଳେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୨୫ଟି ଶତକ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପଛକୁ ଅଛନ୍ତି ଶ୍ରୀଲଙ୍କାର ସନତ୍ ଜୟସୂରିୟା ଓ ଦକ୍ଷିଣ ଆଫ୍ରିକାର ହାସିମ ଆମଲା । ଉଭୟ ୨୪ଟି ଶତକ ଜରିଆରେ ଦଳକୁ ବିଜୟୀ କରାଇଥିଲେ ।
ଆସନ୍ତୁ ଦେଖିବା ଦ୍ୱିତୀୟ ଦିନିକିଆ ଜିତିବା ପରେ ’ଚହଲ ଟିଭି’କୁ କଣ କହିଛନ୍ତି ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ବିଜୟ ଶଙ୍କର । ଦେଖନ୍ତୁ ଭିଡିଓ…
Men Of The Moment – Captain @imVkohli & ice cool @vijayshankar260 relive #TeamIndia‘s 500th ODI win in our latest episode of Chahal – by @28anand
P.S. Did Vijay continue the rest of his interview in Hindi with @yuzi_chahal?
Full Video link here https://t.co/EG645crRXT pic.twitter.com/xyVFWCvN4A
— BCCI (@BCCI) 6 March 2019