ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ, ନୂଆ ଜର୍ସିରେ ଟି-୨୦ ବିଶ୍ୱକପ୍‌ ଖେଳିବ ମେନ ଇନ ବ୍ଲୁ

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ ଟିମ୍‌ର ନୂଆ ଜର୍ସି ଲଞ୍ଚ ହୋଇଛି। ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଘୋଷଣା ହୋଇସାରିଛି। ଭାରତୀୟ କ୍ରିକେଟ ଟିମ୍‌ର ଅଫିସିଆଲ କିଟ୍‌ ପାର୍ଟନର ଏମପିଏଲ୍‌ ସ୍ପୋଟର୍ସ ଦ୍ୱାରା ନୂଆ ଜର୍ସି ଲଞ୍ଚ ହୋଇଛି। ଗତଥର ଟି ଟି-୨୦ ବିଶ୍ୱକପ୍‌ ନେଭି ବ୍ଲୁ ରଙ୍ଗରେ ଖେଳିଥିଲା। ଏଥର କିନ୍ତୁ ଜର୍ସି ରଙ୍ଗ ସ୍କାଏ ବ୍ଲୁ ରହିଛି। ଏହା ସହିତ କାନ୍ଧରେ ଡାର୍କ ବ୍ଲୁ କଲର ମଧ୍ୟ ରହିଛି। କେବଳ ପୁରୁଷ କ୍ରିକେଟ ଟିମ୍‌ ନୁହେଁ ବରଂ ମହିଳା କ୍ରିକେଟ ଟିମ୍‌ର ମଧ୍ୟ ଜର୍ସି ଏକାଭଳି ରହିଛି। ବିସିସିଆଇ ନିଜର ଟୁଇଟର ହ୍ୟାଣ୍ଡେଲରେ ମଧ୍ୟ ନୂଆ ଜର୍ସିର ଫଟୋ ପୋଷ୍ଟ କରିଛି।

ଏମପିଏଲ ସ୍ପୋର୍ଟ୍ସ ନିଜର ଇନଷ୍ଟାଗ୍ରାମ ପେଜରେ ନୂଆ ଜର୍ସିର ଫଟୋ ଜାରି କରିଛି। ଏଥିରେ ଅଧିନାୟକ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ହରମନପ୍ରୀତ କୌର, ସୂର୍ଯ୍ୟକୁମାର ଯାଦବ ନୂଆ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି। ନୂଆ ଜର୍ସି ବେଶ ଆକର୍ଷଣୀୟ ଲାଗୁଛି। ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ୍ ଦଳର ଜର୍ସି ସମାନ ରହିଛି।

ଗତଥର ଟି-୨୦ ବିଶ୍ୱକପ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ କରିନଥିଲା। ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା ଟିମ୍‌ ଇଣ୍ଡିଆ। ତେବେ ଚଳିତ ଟି-୨୦ ବିଶ୍ୱକପକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ଆଶା ରହିଛି। ପୂର୍ବରୁ ଟିମର ଅଫିସିଆଲ କିଟ୍ ସ୍ପନ୍ସର MPL Sports ଏହା ଘୋଷଣା କରିଥିଲା। ଏମପିଏଲ ସ୍ପୋଟର୍ସ ଘୋଷଣା କରିଥିଲା କି, ମେନ ଇନ ବ୍ଲୁ ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୨ରେ ନୂଆ ଜର୍ସିରେ ଖେଳିବେ। ଏମପିଏଲ୍ ସ୍ପୋଟର୍ସ ଟ୍ଵିଟରରେ ଏକ ଭିଡିଓ ସେୟାର କରିଥିଲା, ଯେଉଁଥିରେ ରୋହିତ ଶର୍ମା, ଶ୍ରେୟସ ଆୟର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ନୂଆ ଜର୍ସିରେ ନଜର ଆସିଥିଲେ।

ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି। ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବ। ଏହା ପରେ ଦଳ ବିଶ୍ଵ କପ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। ଚୟନକର୍ତ୍ତା ୧୫ ଜଣିଆ ଦଳ ଘୋଷଣା କରି ସାରିଛି ଏବଂ ଏଥିରେ ଚାରି ଜଣଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯାଇଛି।

ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିସାରିଛି ବିସିସିଆଇ। ଟି-୨୦ ବିଶ୍ୱକପ୍ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା। ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ସିରିଜ ପାଇଁ ଟିମ୍ ଘୋଷଣା ହେବାର ଥିଲା। ତେବେ ଟି-୨୦ବିଶ୍ୱକପ ପାଇଁ ୧୫ ଜଣିଆ ସ୍କ୍ଵାର୍ଡ ଘୋଷଣା କରିଛି। ଆଉ ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖିଛି ବିସିସିଆଇ।

ରୋହିତ ଶର୍ମା ଅଧିନାୟକ ଭାବେ ଚୟନ ହୋଇଥିବା ବେଳେ କେଏଲ ରାହୁଲ ଉପ ଅଧିନାୟକ ଭାବେ ଚୟନ ହୋଇଛନ୍ତି। ବିଶ୍ୱକପ ପାଇଁ ଦଳକୁ ଫେରିଛନ୍ତି ଜସପ୍ରୀତ ବୁମରା। ଟିମରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ(ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂଙ୍କୁ ଚୟନ କରାଯାଇଛି।

ସେହିପରି ଷ୍ଟାଣ୍ଡବାଏ ଖେଳାଳି ଭାବେ ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ଭାବେ ରହିଛନ୍ତି।

ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ :

୧୭ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ(ଓ୍ଵାର୍ମ ଅପ୍‌ ମ୍ୟାଚ)

୧୯ ଅକ୍ଟୋବର: ଭାରତ ବନାମ ନ୍ୟୁଜିଲାଣ୍ଡ(ଓ୍ଵାର୍ମ ଅପ୍‌ ମ୍ୟାଚ୍‌)

୨୩ ଅକ୍ଟୋବର: ଭାରତ ବନାମ ପାକିସ୍ତାନ

୨୭ ଅକ୍ଟୋବର: ଭାରତ ବନାମ ଏ୨

୩୦ ଅକ୍ଟୋବର: ଭାରତ ବନାମ ସାଉଥ ଆଫ୍ରିକା

୨ ନଭେମ୍ବର: ଭାରତ ବନାମ ବାଲାଂଦେଶ

୬ ନଭେମ୍ବର: ଭାରତ ବନାମ ବି ୧

Also Read : ଟି-୨୦ ବିଶ୍ୱକପ ପୂର୍ବରୁ ଲୁକ୍‌ ପରିବର୍ତ୍ତନ କଲେ ବିରାଟ କୋହଲି, ବଦଳାଇଲେ ହେୟାର ଷ୍ଟାଇଲ

Leave A Reply

Your email address will not be published.