ଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ହେଲେ ଇଂଲଣ୍ଡର ସାମ୍ କରନ; IPL ଇତିହାସରେ ଭାଙ୍ଗିଦେଲେ ସବୁ ରେକର୍ଡ

ଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ଇଂଲଣ୍ଡର ସାମ୍ କରନ। ୧୮ କୋଟି ୫୦ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ୍ । ସବୁ ରେକର୍ଡ ଭାଙ୍ଗିଲେ ଇଂଲଣ୍ଡର ଏହି ଖେଳାଳି । ଆଇପିଏଲ୍ ଇତିହାସରେ ଏହା ସବୁଠୁ ବଡ଼ ନିଲାମୀ । ପୂର୍ବରୁ ଏତେ ଉଚ୍ଚ ଦରରେ କୌଣସି ଖେଳାଳି ବିକ୍ରି ହୋଇ ନ ଥିଲେ । ଏହା ପଛକୁ ଅଷ୍ଟ୍ରେଲିଆ ଖେଳାଳି କେମରନ୍ ଗ୍ରୀନ୍ ୧୭ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ କେମରନ୍ ଗ୍ରୀନ୍‌ଙ୍କୁ ଦ୍ୱିତୀୟ ସର୍ବାଧିକ ଦରରେ କିଣିଛି । ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କୁ ୧୩ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ୍ ।

ସେହିପରି ଭାରତୀୟ ଖେଳାଳି ମୟଙ୍କ ଅଗ୍ରଓ୍ଵାଲ ୮ କୋଟି ୨୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ମୟଙ୍କ ଅଗ୍ରଓ୍ଵାଲଙ୍କୁ କିଣିଛି ହାଇଦ୍ରାବାଦ । ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନଙ୍କୁ ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରେ କିଣିଲା ଗୁଜରାଟ ଟାଇଟନ୍ସ । ଅଜିଙ୍କ୍ୟ ରାହାଣେଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପରକିଙ୍ଗ୍ସ । ଇଂଲଣ୍ଡ ଖେଳାଳି ଜୋ ରୁଟ୍ ଏବଂ ଦକ୍ଷିଣ ଆଫ୍ରିକାର ରିଲି ରୁଶୋଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣି ନାହାନ୍ତି । ଆଇପିଏଲର ୧୬ତମ ସଂସ୍କରଣ ପାଇଁ କୋଚିରେ ଚାଲିଛି ଏହି ନିଲାମୀ ହାଟ।

Leave A Reply

Your email address will not be published.