ଚେନ୍ନାଇ ଏବଂ ଦିଲ୍ଲୀ ମଧ୍ୟରେ ହେବ କଡ଼ା ଟକ୍କର, ଗୁରୁଙ୍କ ଉପରେ ପ୍ରଭାବ ପକାଇପାରନ୍ତି ଚେଲା

ଆଜି ଆଇପିଏଲ୍‌-୧୪ର ପ୍ଲେ ଅଫ୍‌ ମ୍ଯାଚ ହେବ। ଭାରତ ଓ ୟୁଏଇ ଚରଣରେ ୫୬ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବା ପରେ ଆଜିଠାରୁ ଆଇପିଏଲ୍‌-୧୪ର ପ୍ଲେ ଅଫ୍‌ ଆରମ୍ଭ ହେଉଛି। ପ୍ରଥମ କ୍ଵାଲିଫାୟରରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସର୍ବାଧିକ ୨୦ ପଏଣ୍ଟ ହାସଲ କରି ଲିଗ୍‌ର ଶ୍ରେଷ୍ଠ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ଯାଇଛି। ଭାରତୀୟ ସମୟ ଅନୁସାରେ ଏହି ମ୍ଯାଚ ସନ୍ଧ୍ଯା ୭.୩୦ରେ ଆରମ୍ଭ ହେବ।

ଏହି ସିଜିନରରେ ଦୁଇଟି ଯାକ ଟିମ ପରସ୍ପରକୁ ୨ ଥର ଭେଟି ସାରିଛି। ଦୁଇଟି ଦଳ ମଧ୍ୟରେ ୪ ଅକ୍ଟୋବରରେ ମ୍ଯାଚ ଖେଳାଯାଇଥିଲା। ଯାହାକୁ ଦିଲ୍ଲୀ ଜିତିଥିଲା। ଏହି ବିଜୟକୁ ସାମ୍ନାରେ ରଖି ଦିଲ୍ଲୀ ଟିମ୍ ଚେନ୍ନାଇ ବିରୋଧରେ ଆତ୍ମବିଶ୍ବାସ ସହିତ ପଡିଆକୁ ଓହ୍ଲାଇବ।

ସବୁଠାରୁ ଆଶ୍ଚର୍ଯ୍ଯ କଥା ହେଲା, ଗୁରୁ ଧୋନୀଙ୍କ ବାହିନୀ ସହିତ ଚେଲା ପନ୍ତଙ୍କ ବାହିନୀ ଫାଇନାଲରେ ଖେଳିବା ପାଇଁ କଡ଼ା ଟକ୍କର ଦେବେ। ଶିଷ୍ଯ ଗୁରୁଙ୍କ ଉପରେ ପ୍ରଭାବ ଦମଦାର ପ୍ରଭାବ ପକାଇବେ ବୋଲି ଫ୍ଯାନଙ୍କ ନିକଟରେ ଚର୍ଚ୍ଚା ଚାଲିଛି।

ସେପଟେ RCB ସହ ସମାନ ୧୮ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍‌ ରନ୍‌ ରେଟ୍‌ ପାଇଁ ଚେନ୍ନାଇ ଦ୍ଵିତୀୟ ସ୍ଥାନରେ ରହି କ୍ଵାଲିଫାୟର-୧ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଚେନ୍ନାଇ ପୂର୍ବରୁ ୮ ଥର ଫାଇନାଲ୍‌ ଖେଳି ୩ ଥର ବିଜେତା ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ମାତ୍ର ଥରେ ଫାଇନାଲ୍‌ ଖେଳି ନିଜ ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ରହିଛି। ଚେନ୍ନାଇ ୧୦ଥର ପ୍ଲେ ଅଫ୍‌ ଖେଳିଥିଲା ବେଳେ ଦିଲ୍ଲୀ କେବଳ ୫ଥର ପ୍ଲେ ଅଫ ଯାଇଛି। ଉଭୟ ଦଳ ୨୫ ଟି ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ଚେନ୍ନାଇ ୧୫ ମ୍ୟାଚ୍‌ ଜିତିଥିଲା ବେଳେ ଦିଲ୍ଲୀ ୧୦ଟିରେ ବିଜୟୀ ହୋଇଛି।

Leave A Reply

Your email address will not be published.