ଟେନିସ ଷ୍ଟାର ମହେଶ ଭୂପତିଙ୍କ 2 ବର୍ଷର ଭାଣେଜୀ କହିଲା, ‘ଗୋ କରୋନା ଭାଇରସ’, ଖୁବ ଭାଇରଲ ହେଉଛି ଏହି ଭିଡ଼ିଓ

ଟେନିସ ଷ୍ଟାର ମହେଶ ଭୂପତି ନିଜ ଭାଣେଜୀର ଏକ ସୁନ୍ଦର ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ମହେଶଙ୍କ 2 ବର୍ଷର ଭାଣେଜୀ ‘ଗୋ କରୋନା ଭାଇରସ’ କହୁଥିବା ନଜର ଆସୁଛି। କୁନି ଝିଅଟିକୁ ଯେତେବେଳେ ପଚରାଯାଉଛି କି ତମେ ଏମିତି କାହିଁକି କହୁଛ, ସେତେବେଳେ ଝିଅଟି କହୁଛି, ‘ସବୁ ଦୋକାନ ବନ୍ଦ ଅଛି। ସେ ଶପିଂ ପାଇଁ ବି ବାହାରକୁ ଯାଇପାରୁନାହିଁ ଏବଂ ନା ହିଁ ବାସ୍କେଟବଲ…’। ଏତିକି କହି ଝିଅଟି ରହିଯାଉଛି।

ତେବେ ଭିଡ଼ିଓରେ ସେ ବାସ୍କେଟବଲ କହିବାକୁ ଚେଷ୍ଟା କରୁଛି, କିନ୍ତୁ କହିପାରୁନି। ଯେତେବେଳେ ତାକୁ ଆଉଥରେ ପଚରା ଯାଉଛି କି, ସେ କଣ କହିବାକୁ ଚାହୁଁଛି, ଝିଅଟି ପୁଣି ‘ଗୋ କରୋନା ଭାଇରସ’ କହୁଛି। ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ 10,000ରୁ ଅଧିକ ଲୋକ ଦେଖି ସାରିଲେଣି। ମହେଶ ଏହି ଭିଡ଼ିଓକୁ ପୋଷ୍ଟ କରି କ୍ୟାପସନ ଲେଖିଥିଲେ ଯେ ଆପଣମାନେ ଏହି ଭିଡ଼ିଓକୁ ଦେଖିବା ପରେ ସକାଳୁ ସକାଳୁ ଚେହେରାରେ ଖୁସି ଆସିଯିବ।