ଆଜିଠୁ ଆରମ୍ଭ ହେଉଛି ପଞ୍ଚମ ଟେଷ୍ଟ, ୧୫ ବର୍ଷ ପରେ ଇତିହାସ ରଚିବାର ସୁଯୋଗ

ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଆଜିଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପଞ୍ଚମ ଟେଷ୍ଟ । ଦୁଇ ଟିମ୍‌ ମଧ୍ୟରେ ଗତବର୍ଷର ୫ଟି ଟେଷ୍ଟ ସିରିଜ ମଧ୍ୟରୁ ଗୋଟିଏ ବଳକା ମ୍ୟାଚ ଖେଳାଯିବ। ଟିମ୍‌ ଇଣ୍ଡିଆ ଏହି ସିରିଜକୁ ୨-୧ ମ୍ୟାଚରେ ଜିତିଛି। ଏମିତିରେ ଟିମ୍‌ ଇଣ୍ଡିଆ ଇତିହାସ ସୃଷ୍ଟି କରିବା ପାଇଁସୁଯୋଗ ରଖିଛି। ୧୫ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାର ସୁଯୋଗ ରହିଛି।

ତେବେ ସବୁ ଚେଷ୍ଟା ପରେ ବି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରୋନା ମୁକ୍ତ ହୋଇପାରିନାହାନ୍ତି । ଫଳରେ ଇଂଲଣ୍ଡ ବିପକ୍ଷ ଚୂଡ଼ାନ୍ତ ଟେଷ୍ଟରୁ ରୋହିତଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ପେସ୍ ବୋଲର ଜଶପ୍ରୀତ ବୁମରା ଅଧିନାୟକ ନିଯୁକ୍ତ ହୋଇଛନ୍ତି । ୱିକେଟ୍ କିପର ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଗତ ସପ୍ତାହରେ ରୋହିତ କରୋନା ସଂକ୍ରମିତ ହୋଇଥିଲେ । ଫଳରେ ତାଙ୍କୁ ୫ଦିନ ଆଇସୋଲେସନରେ ରହିବାକୁ ପଡ଼ିଥିଲା । ସଙ୍ଗରୋଧ ଅବଧି ଶେଷ ହେବା ପରେ ବୁଧବାର ଦିନ ରୋହିତଙ୍କୁ ୨ଥର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ଉଭୟ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ଗୁରୁବାର ରୋହିତଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ବାହରିଥିଲା । ବୁମରା ଭାରତର ୩୬ତମ ଟେଷ୍ଟ ଅଧିନାୟକ ରୂପେ ଏଜବାଷ୍ଟନରେ ଟସ୍ ପକାଇବେ ।

ଏଜବାଷ୍ଟନରେ ଭାରତ ଗୋଟିଏ ହେଲେ ଟେଷ୍ଟ ଜିତି ନାହିଁ । ଏଠାରେ ଖେଳିଥିବା ମୋଟ୍ ୭ଟି ଟେଷ୍ଟରୁ ଭାରତ ୬ଟିରେ ପରାଜିତ ହୋଇଛି। ଅନ୍ୟ ଟେଷ୍ଟ ଟି ଡ୍ର’ ରହିଥିଲା । ଭାରତ ଶେଷ ଥର ପାଇଁ ୨୦୦୭ରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିଥିଲା ।

ସମ୍ଭାବ୍ୟ ଦଳ
ଇଂଲଣ୍ଡ: ଆଲେକ୍ସ ଲିସ, ଜ୍ୟାକ୍ କ୍ରାଓଲି, ଓଲି ପୋପ, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ(ଅଧିନାୟକ), ସାମ ବିଲିଙ୍ଗ୍ସ, ମାଥ୍ୟୁ ପଟ୍ସ, ଷ୍ଟୁଆର୍ଟ ବ୍ରଡ୍, ଜ୍ୟାକ ଲିଚ୍, ଜେମ୍ସ ଆଣ୍ଡରସନ ।

ଭାରତ: ଜଶପ୍ରୀତ ବୁମରା(ଅଧିନାୟକ),ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟାସ ଆୟର, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର/ଆର ଅଶ୍ୱିନ, ମହମ୍ମଦ ସାମି, ମହମ୍ମଦ ସିରାଜ, ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.