ନଅ ଦିନ ଧରି ଗୁମ୍ଫାରେ ଫସି ରହିଥିବା ୧୨ ଜଣ ବାଳକ ଜୀବିତ ଉଦ୍ଧାର

thailandନୂଆଦିଲ୍ଲୀ: ନଅ ଦିନ ଧରି ଗୁମ୍ଫାରେ ଫସି ରହିବା ପରେ, ଜୀବିତ ଉଦ୍ଧାର ହେଲେ ୧୨ ଜଣ ପିଲା। ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ନାଙ୍ଗ ନନ୍ ଗୁମ୍ଫାରେ ଗତ ଶନିବାରଠାରୁ ଫସି ରହିଥିଲେ, ୧୨ ଜଣ ବାଳକ। ଫୁଟବଲ ମ୍ୟାଚ୍ ଖେଳି ସାରିବା ପରେ ୧୨ ଜଣ ତାଙ୍କ କୋଚଙ୍କ ସହ ଗୁମ୍ଫା ଭିତରକୁ ପସିଥିଲେ। କିନ୍ତୁ ଅଚାନକ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଗୁମ୍ଫାରେ ପାଣି ପସିଯିବାରୁ ବନ୍ଦ ହୋଇଯାଇଥିଲା ବାଟ। ଜଣେ ଫରେଷ୍ଟର ଗୁମ୍ଫା ବାହାରେ ପିଲାଙ୍କ ସାଇକେଲ ଦେଖି ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାମ। ନିୟୋଜିତ ଥିଲେ ଥାଇଲାଣ୍ଡ ସହ ଆମେରିକା, ଅଷ୍ଟ୍ରେଲିଆ, ଆମେରିକା, ଚୀନ ଓ ବ୍ରିଟେନର ବିଶେଷଜ୍ଞ। ମଝିରେ ମଝିରେ ବର୍ଷା ହେଉଥିବାରୁ ବାଧାପ୍ରାପ୍ତ ହେଉଥିଲା ଉଦ୍ଧାର କାମ। ଦିନ ଗଡ଼ିବା ସହ ପିଲାମାନେ ଜୀବିତ କି ମୃତ ସେ ନେଇ ଆଶଙ୍କା ସୃଷ୍ଟି ହେଲା। ଶେଷରେ ଗତକାଲି ୧୩ ଜଣଙ୍କୁ ଠାବ କରିଥିଲେ ଉଦ୍ଧାରକାରୀ ଦଳ।

Leave A Reply

Your email address will not be published.