ଆଜିଠୁ କିଟ୍‌ ଓ କିସ୍‌ରେ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ଆରମ୍ଭ, ଯୋଗଦେବେ ୫ ହଜାର ପ୍ରତିଯୋଗୀ

ଆଜିଠୁ କିଟ୍‌ ଓ କିସ୍‌ରେ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ । ଜନଜାତି ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଥମ ଥର ଲାଗି ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ କିଟ୍‌ ଓ କିସ୍‌ରେ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ । ୧୨ ତାରିଖ ଯାଏ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ଆୟୋଜିତ ହେଉଛି । ଏଥିପାଇଁ କିଟ୍‌ରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଖେଳାଳି, କୋଚ୍‌ ଓ ଅଫିସିଆଲସଙ୍କ ରହଣି ଓ ଖାଦ୍ୟ ବ୍ୟବସ୍ଥା କିଟ୍‌ରେ କରାଯାଇଛି । ଭାରତର ୨୬ଟି ରାଜ୍ୟରୁ ୫ ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି ଏଥିରେ ଯୋଗ ଦେଉଛନ୍ତି ।

ଆଜିଠାରୁ ବିଭିନ୍ନ ପ୍ରାନ୍ତରୁ ଖେଳାଳି, କୋଚ୍‌ ଓ ଅଫିସିଆଲ୍‌ ଆସି କିଟ୍‌ରେ ପହଞ୍ଚିବାରେ ଲାଗିଛନ୍ତି । ଜନଜାତି ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଥମ ଥର ଲାଗି ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । କିଟ୍‌ ଓ କିସ୍‌ ଜନଜାତିଙ୍କ ଶିକ୍ଷା ଓ କ୍ରୀଡ଼ାକୁ ଯଥେଷ୍ଟ ଧ୍ୟାନ ଦେଉଥିବାରୁ କିଟ୍‌ରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି ।

ବିଗତ ୩୦ ବର୍ଷ ଧରି କିସ୍‌ ଜରିଆରେ ଜନଜାତିଙ୍କ ବିକାଶ କାମ ଜାରି ରହିଛି । ଜାତୀୟସ୍ତରର ଏହି ପ୍ରତିଯୋଗିତା ପାଇଁ କେନ୍ଦ୍ର ସରକାର କିଟ୍‌ ଓ କିସ୍‌କୁ ଚୟନ କରିଥିବାରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କେନ୍ଦ୍ର ସରକାରଙ୍କୁ ଧନ୍ଯବାଦ ଜଣାଇବା ସହ ଉଭୟ ଅନୁଷ୍ଠାନ ଏଥିପାଇଁ ଗର୍ବିତ ବୋଲି କହିଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଓଡ଼ିଶା ସରକାର ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ଆୟୋଜନ କରାଯାଉଛି ବୋଲି ଡ. ସାମନ୍ତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.