କ୍ରୀଡା

ଏସୀୟ କ୍ରୀଡ଼ା ୨୦୨୩ରେ କିଟ୍‍ ଓ କିସ୍‍ର ୧୪ ଖେଳାଳି ସାମିଲ

କେନ୍ୟୁଜ୍(ବ୍ୟୁରୋ): ଏସୀୟ କ୍ରୀଡ଼ା-୨୦୨୩ରେ ଉଭୟ କିଟ୍‍ ଓ କିସ୍‍ର ୧୪ଜଣ କ୍ରୀଡ଼ାବିତ୍‍ ଭାରତର ପ୍ରତିନିଧିତ୍ୱ କରିବେ । ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚୀନ୍‍ର ହାଙ୍ଗ୍‍ଝୁଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ କ୍ରୀଡ଼ା ୨୦୨୩ରେ ବିଭିନ୍ନ ବିଭାଗରେ ଏମାନେ ଭାରତର ପ୍ରତିନିଧିତ୍ୱ କରିବେ । ଦେଶର ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍‍ ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାରେ କିଟ୍‍ ଓ କିସ୍‍ ହେଉଛି ଭାରତର ପ୍ରଥମ ଶିକ୍ଷାନୁଷ୍ଠାନ ।

ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ କିଟ୍‍ର ସିଏ ଛାତ୍ରୀ ଭବାନୀ ଦେବୀ ଅସି ଚାଳନା (ମହିଳା)ବର୍ଗରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଭାଗ ନେବାକୁ ଯାଉଥିବାବେଳେ ଭାରତୀୟ ହକି ଦଳରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ସେହିପରି ସନ୍ତରଣରେ କିଟ୍‍ ଓ କିସ୍‍ର ଛାତ୍ର ସଜ୍ଜନ ପ୍ରକାଶ, ନୌଚାଳନା (ମହିଳା) ବର୍ଗରେ ଅଶିଂକା ଭାରତୀ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ।

ଆଥଲେଟିକ୍‍ର ୨୦ କିମି ରେସ୍‍ ୱାକ୍‍ (ମହିଳା) ଇଭେଣ୍ଟରେ ପ୍ରିୟଙ୍କା ଓ ୨୦କିମି ରେସ୍‍ ୱାକ୍‍ (ପୁରୁଷ) ବର୍ଗରେ ସନ୍ଦୀପ କୁମାର, ଜାଭେଲିନ୍‍ ଥ୍ରୋରେ କିଶୋର କୁମାର ଜେନା ଓ ସଟ୍‍ପୁଟ୍‍ରେ ତେଜିନ୍ଦର ପାଲ୍‍ ସିଂହ ତୁର ଭାରତର ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜ୍ଜନ କରିଛନ୍ତି। ଗୌରବର କଥା ଭାରତୀୟ ମହିଳା ରଗ୍‍ବୀ ଦଳରେ କିସ୍‍ର ୪ ଛାତ୍ରୀ ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ, ମାମା ନାଏକ ଏବଂ ହୁପି ମାଝୀ ସ୍ଥ୍‍ାନ ପାଇଛନ୍ତି । ଡେକାଥଲନ୍‍ରେ ତେଜସ୍ୱୀ ଶଙ୍କର ଏବଂ ୨୦୦ମିଟର ଦୌଡ଼ରେ ଅମ୍ଳାନ ବୋରଗାହାଁ ମନୋନୀତ ହୋଇଛନ୍ତି । କ୍ରୀଡ଼ାର ବିକାଶ ପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଖେଳାଳିଙ୍କୁ ବର୍ଷ ବର୍ଷ ଧରି ଆବଶ୍ୟକ ସୁବିଧା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛନ୍ତି ବୋଲି ଡ. ଦାଶ ସୂଚନା ଦେଇଥିଲେ ।

ଏସୀୟ କ୍ରୀଡ଼ା ପାଇଁ ମନୋନୀତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ଏହି କ୍ରୀଡ଼ାବିତ୍‍ମାନେ କେବଳ କିଟ୍‍ ଓ କିସ୍‍ ପାଇଁ ଗୌରବ ନୁହନ୍ତି ବରଂ ସମଗ୍ର ଓଡ଼ିଶାର ଗର୍ବ ଓ ଗୌରବ। ସେ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଅଚ୍ୟୁତ ସାମନ୍ତ କହିଥିଲେ, ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ଓଡ଼ିଶାର ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ନିକଟରେ ଅର୍ଥରାଶି ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ କିଟ୍‍ ଓ କିସ୍‍ର ୭ଜଣ କ୍ରୀଡ଼ାବିତ୍‍ ରହିଛନ୍ତି । କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଲ ପାଇବା ଓ ପ୍ରତିବଦ୍ଧତା ଯୋଗୁଁ ଆଜି ବିଶ୍ୱ କ୍ରୀଡ଼ା ମାନଚ୍ଚିତ୍ରରେ ଓଡ଼ିଶା ତାର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ।

 

ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‍ଭାବେ ପରିଣତ କରିବା ପାଇଁ କିଟ୍‍ ଓ କିସ୍‍ର ମଧ୍ୟ ଯୋଗଦାନ ରହିଛି ବୋଲି ଅଚ୍ୟୁତ ସାମନ୍ତ କହିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷା ସହ କ୍ରୀଡ଼ାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଆସୁଛି । କିଟ୍‍ ଓ କିସ୍‍ରେ ଥିବା ଅନ୍ତର୍ଜାତୀୟ ମାନର ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଏବଂ ଅଭିଜ୍ଞ ଓ ଦକ୍ଷ କୋଚ୍‍ ବିଶେଷକରି କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗୁଁ କିଟ୍‍ ଓ କିସ୍‍ରୁ ୫ହଜାରରୁ ଊର୍ଦ୍ଧ୍ୱ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିଛନ୍ତି ।

ସବୁଠାରୁ ଗର୍ବ ଓ ଗୌରବର ବିଷୟ ହେଉଛି କିଟ୍‍ ଓ କିସ୍‍ରୁ ୧୩ଜଣ ଅଲିମ୍ପିଆନ୍‍ ବାହାରି ପାରିଛନ୍ତି । ସେମାନେ ହେଲେ ଆଥଲେଟିକ୍‍ରେ ଦୂତୀ ଚାନ୍ଦ, ପ୍ରିୟଙ୍କା, ଶ୍ରାବଣୀ ନନ୍ଦ, ଶିବପାଲ୍‍ ସିଂହ, ତେଜିନ୍ଦର ପାଲ୍‍ ସିଂହ ତୁର ଓ ସନ୍ଦୀପ୍‍ କୁମାର, ହକିରେ ଅମିତ୍‍ ରୋହିଦାସ୍‍, ଲିଲିମା ମିଞ୍ଜ ଓ ସୁନୀତା ଲାକ୍ରା, ଅସି ଚାଳନାରେ ସିଏ ଭବାନୀ ଦେବୀ, ସନ୍ତରଣରେ ସଜ୍ଜନ ପ୍ରକାଶ, ପାରାଅଲିମ୍ପିଆନ୍‍ ପ୍ରବୀଣ କୁମାର ଏବଂ କାସିସ୍‍ ଲାକ୍ରା ଅଛନ୍ତି ।

Sasmita

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

34 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

37 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

59 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

2 hours ago