WWE: ରିଙ୍ଗ୍ ଭିତରେ ଆଶାବାଡି ଧରି ପହଁଚିଲେ ର‌୍ୟାଣ୍ଡି ଅର୍ଟନ, ତାପରେ ଯାହାହେଲା ପଢନ୍ତୁ ଏହି ରିପୋର୍ଟ

ଡବ୍ଳୁଡବ୍ଳୁଇ(WWE)ରେ କିଛି ଏମିତି ଘଟଣା ଘଟିଛି ଯାହାକୁ ଯେକେହିବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ରିଙ୍ଗ ଭିତରେ ର‌୍ୟାଣ୍ଡି ଅର୍ଟନଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସେ ଆଶାବାଡି ଧରି ରିଙ୍ଗ ଭିତରେ ପହଁଚିଥିଲେ । ଯାହାକୁ ଦେଖି ତାଙ୍କର ଫ୍ୟାନ୍ସ ମାନେ ଆବାକ୍ ହୋଇଯାଇଥିଲେ ।

artonଯେତେବେଳେ ର‌୍ୟାଣ୍ଡି ଅର୍ଟନ କହିଥିଲେ କି, ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି ଏବଂ ସେ ଆଉ କେବେ ଫାଇଟ୍ କରିପାରିବେ ନାହିଁ ସେତେବେଳେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଗୁହାରୀ କରୁଥିବାର ନଜର ଆସିଥିଲା । କିନ୍ତୁ ଟ୍ବିଷ୍ଟ ସେତେବେଳେ ଆସିଥିଲା ଯେତେବେଳେ ରିଙ୍ଗରେ ଏଜେ ଷ୍ଟାଇଲଙ୍କର ଏଣ୍ଟ୍ରୀ ହୋଇଥିଲା ।

randiଏଜେ ଷ୍ଟାଇଲ ଆସି ତାଙ୍କୁ ଷ୍ଟେଜ୍ ଉପରେ ବହୁତ ଖରାପ କରି କହିଥିଲେ ଏବଂ ନିଜର ଦୁଇ ହାତକୁ ପଛ ପାଖରେ ରଖି ର‌୍ୟାଣ୍ଡି ଅର୍ଟନଙ୍କୁ ତାଙ୍କୁ ମାରିବାକୁ ଉସୁକାଇଥିଲେ । ଯେଉଁଥିଲେ ଅର୍ଟନ କୌଣସି ରିଆକ୍ସନ ଦେଇନଥିଲେ । ଏହାପରେ ଷ୍ଟାଇଲ ତାଙ୍କୁ ଏକ ଲାତ ମାରିଥିଲେ ଏବଂ ତାଙ୍କର ଗୋଟେ ଆଶାବାଡିକୁ ଫୋପାଡି ଦେଇଥିଲେ । ଯାହାପରେ ର‌୍ୟାଣ୍ଡି ରାଗିଯାଥିଲେ। ଷ୍ଟାଇଲଙ୍କୁ ଏପରି କରୁଥିବାର ଦେଖି ଫ୍ୟାନ୍ସମାନେ ହୁଟିଂଗ କରିବାକୁ ଲାଗିଥିଲେ ।

wwe fightଏହାପରେ ର‌୍ୟାଣ୍ଡି ଅର୍ଟନ ଷ୍ଟାଇଲଙ୍କୁ କହିଥିଲେ କି, ମୋର ଏହି ଆଶାବାଡିର ଆବଶ୍ୟକତା ନାହିଁ। ଏକଥା କହିବାପରେ ର‌୍ୟାଣ୍ଡି ନିଜର ଫାଇଟ୍ ଆରମ୍ଭ କରିଥିଲେ ଏବଂ ଷ୍ଟାଇଲଙ୍କୁ ଚିତପଟାଙ୍ଗ କରିଦେଇଥିଲେ । ଯାହାକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଏହି ଫାଇଟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଡବ୍ଳୁଡବ୍ଳୁଇର ୟୁଟ୍ୟୁବ୍ ରେ ସେୟାର କରାଯାଇଛି । ଯାହାକୁ ପାଖାପାଖି ୧୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.