ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ, ରୋହିତ ତୁଲାଇଲେ ତାଙ୍କ ଦାୟିତ୍ୱ ଆଉ ଏବେ ରାହାଣେ ଓ ବିରାଟଙ୍କ ପାଳି

ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ ଜିତିବା ପରେ ଆସନ୍ତା ୨୫ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ସେଥିପାଇଁ ସୋମବାର ଉଭୟ ଟିମ୍‌ର ଖେଳାଳି କାନପୁରରେ ପହଞ୍ଚିଛନ୍ତି। ଦୁଇ ଟିମ୍‌ ଆଜିଠୁ ନେଟ ଅଭ୍ୟାସ କରିବେ। ଭାରତ ଏବଂ ନ୍ୟୁଜିଲାଣ୍ଡ ଟିମ୍‌ କୋଲକାତାରୁ ଚାଟାର୍ଡ ପ୍ଲେନ୍‌ ଯୋଗେ କାନପୁରର ଜକେରୀ ବିମାନବନ୍ଦରରେ ଅପରାହ୍ଣରେ ପହଞ୍ଚିଛନ୍ତି। ସେଠାରୁ ତାଙ୍କୁ ବାୟୋ ବବଲ୍‌ ବସ୍‌ରେ ଲ୍ୟାଣ୍ଡମାର୍କ ହୋଟେଲକୁ ନିଆଯାଇଛି। ପ୍ରଥମ ଟେଷ୍ଟ ମ୍ୟାଚରେ ବିରାଟ ଖେଳିବେ ନାହିଁ। ତେଣୁ ରାହାଣେ ପ୍ରଥମ ଟେଷ୍ଟ ମ୍ୟାଚର ଅଧିନାୟକ ଦାୟିତ୍ୱ ତୁଲାଇବେ।

ଭାରତୀୟ ଟିମ୍‌ର ୧୧ ଜଣ ଖେଳାଳି ଶୁକ୍ରବାର କାନପୁର ପହଞ୍ଚିବା ସହ ହୋଟେଲର ୧୭ ମହଲାରେ କ୍ୱାରେଣ୍ଟାଇନରେ ଅଛନ୍ତି । ଟିମ୍‌ର କୋଚ୍‌ ରାହୁଲ ଦ୍ରାବିଡ୍‌, ଲୋକେଶ ରାହୁଲ, ଶ୍ରେୟସ ଆୟର, ଶୁଭମନ ଗିଲ୍‌, ମହମ୍ମଦ ଶିରାଜ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗତକାଲି ସନ୍ଧ୍ୟାରେ କାନପୁରରେ ପହଞ୍ଚିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଓପନିଂ ପାଇଁ କେଏଲ ରାହୁଲ ଏବଂ ଶୁଭମନ ଗିଲ କରିପାରନ୍ତି। ରୋହିତ ଶର୍ମାଙ୍କୁ ଟେଷ୍ଟ ସିରିଜ୍‌ରୁ ବାଦ୍‌ ଦିଆଯାଇଛି। ସେହିପରି ତୃତୀୟ ସ୍ଥାନରେ ଚେତେଶ୍ୱର ପୂଜାରା, ୪ର୍ଥ ସ୍ଥାନରେ ବିରାଟଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିପାରିବେ।

ଟିମ୍‌ ଇଣ୍ଡିଆ ସମ୍ଭାବ୍ୟ ଏକାଦଶ:

ଶୁଭମନ ଗିଲ, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର, ଆଜିଙ୍କ୍ୟ ରାହାଣେ(ଅଧିନାୟକ), ଋଦ୍ଧିମାନ ଶାହା(ଓ୍ଵିକେଟ କିପର), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନୀ, ମହମ୍ମଦ ସିରାଜ, ଉମେଶ ଯାଦବ।

Leave A Reply

Your email address will not be published.