ଦ ଗ୍ରେଟ୍‌ ଖଲିଙ୍କ ମାଆ ଟାଣ୍ଡି ଦେବୀଙ୍କ ନିଧନ, ଏକାଧିକ ଅଙ୍ଗ ହୋଇଯାଇଥିଲା ଅକାମୀ

WWEର ଷ୍ଟାର ରେସଲର ଦ ଗ୍ରେଟ୍‌ ଖଲି ଓରଫ୍‌ ଦଲୀପ ସିଂଙ୍କ ମାଆ ଟାଣ୍ଡି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ନିଧନ ହୋଇଯାଇଛି। ସେ ଲୁଧିୟାନାର ଏକ ହସ୍ପିଟାଲରେ ଭର୍ତ୍ତି ଥିଲେ ଏବଂ ଦୀର୍ଘ ଦିନରୁ ତାଙ୍କର ଚିକିତ୍ସା ଚାଲିଥିଲା। ଖଲିଙ୍କ ମାଆ ହୃଦୟ ଏବଂ ଫୁସ୍‌ଫୁସଜନିତ ରୋଗରେ ପୀଡ଼ିତ ଥିଲେ।

ରିପୋର୍ଟ ମୁତାବକ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ଟାଣ୍ଡି ଦେବୀଙ୍କୁ ୧୪ ଜୁନ୍‌ରେ ଡିଏମ୍‌ସି ପିଆର୍‌ଓରେ ଭର୍ତ୍ତି କରାଯାଇଥିଲା। ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ତାଙ୍କୁ ଆଇସିୟୁକୁ ଶିଫ୍ଟ କରାଯାଇଥିଲା। ଟାଣ୍ଡି ଦେବୀଙ୍କ ଅନ୍ତିମ ସଂସ୍କାର ସୋମବାର କରାଯିବ। ଡାକ୍ତରଙ୍କ କହିବା ଅନୁସାରେ, ଶରୀରର ଏକାଧିକ ଅଙ୍ଗ ଅକାମୀ ହୋଇପଡ଼ିବା ଯୋଗୁ ଖଲିଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା।

ସେପଟେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ଵିଟ୍‌ କରି ଖଲିଙ୍କ ମାଆଙ୍କ ନିଧନରେ ଦୁଃଖ ବ୍ୟକ୍ତ କରିଛନ୍ତି। ଦ ଗ୍ରେଟ୍‌ ଖଲି ଭାରତର ଏକମାତ୍ର ଓ୍ଵାର୍ଲ୍ଡ ହେଭିେଓ୍ଵଟ ଚାମ୍ପିୟନ। ସେ ଭାରତର ଗର୍ବ ଭାବେ ଜଣାଶୁଣା। ଖଲି ବିଦେଶରେ ମଧ୍ୟ ବହୁତ ଲୋକପ୍ରିୟ। ସେ ପ୍ରଫେଶନାଲ ରେସଲର ତଥା ଲିଫ୍ଟର। ଖାସ୍‌ କଥା ହେଉଛି, ଖଲି ପାଖାପାଖି ୭ ଫୁଟ୍‌ ୧ ଇଞ୍ଚ ଲମ୍ବା। ସେ ବଲିଉଡ୍‌ ଓ ହଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ଖଲି ଅନେକ ଥର ଅଣ୍ଡରଟେକର ଓ ବିଗ ଶୋ ଭଳି ପହିଲମାନଙ୍କୁ ଧୂଳି ଚଟାଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.