ଲାଇଭ୍‌ ମ୍ୟାଚ୍‌ରେ ବିରାଟଙ୍କୁ ସାକ୍ଷାତ କରିବା ପାଇଁ ତାରବାଡ ଡେଇଁଲେ ଫ୍ୟାନ୍‌, କାନ୍ଧରେ ବସାଇ ଟେକିନେଇଗଲା ପୋଲିସ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ ମଧ୍ୟରେ ଚାଲିଥିବା ଏଲିମିନେଟର ମ୍ୟାଚରେ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି ବିରାଟ କୋହଲିଙ୍କୁ ସାକ୍ଷାତ କରିବା ପାଇଁ ଡେଇଁ ପଡିଥିଲେ।

ସୂଚନାଯୋଗ୍ୟ, ଆଇପିଏଲର ପ୍ରଥମ ଏଲିମିନେଟରରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫିଲ୍ଡିଂ ବେଳେ କିଛି ଏପରି ଘଟିଥିଲା ଯାହା ସମସ୍ତଙ୍କୁ ଚକିତ କରିଥିଲା । କାରଣ ଜଣେ ଫ୍ୟାନ୍ ତାରବାଡ ଡେଇଁ ଷ୍ଟାଡିୟମରେ ପ୍ରବେଶ କରିଥିଲେ ଓ ବିରାଟ କୋହଲିଙ୍କ ପାଖକୁ ପଳାଇଥିଲେ । ଏହି ସମୟରେ ପଛରୁ କୋଲକାତା ପୋଲିସର ଦୁଇ ଯବାନ ଆସି ଫ୍ୟାନଙ୍କୁ କାନ୍ଧରେ ଟେକି ନେଇ ବାହାରକୁ ପଳାଇଥିଲେ । ଏହା ଦେଖିବା ପରେ କୋହଲି ମଜାଦାର ରିଆକ୍ସନ କରିଥିଲେ । ଯାହା ସମସ୍ତଙ୍କୁ ଚକିତ କରିଥିଲା ।

ତେବେ ଫ୍ୟାନଙ୍କୁ ପୋଲିସ ଟେକିନେବା ପରେ କୋହଲି ଡବ୍ଲ୍ୟୁଡବ୍ଲୁଇ ଷ୍ଟାଇଲରେ ରିଆକ୍ସନ ଦେଇଥିଲେ । ଯାହାର ଭିଡିଓ ଖୁବ ଭାଇରାଲ ହୋଇଛି । କାରଣ ପୋଲିସ ଯେଭଳି ଭାବେ ଫ୍ୟାନଙ୍କୁ ଉଠାଇଥିଲେ ତାହା ଦେଖି କୋହଲି ନିଜକୁ ରୋକି ପାରିନଥିଲେ ଓ ଡବ୍ଲୁଡବ୍ଲୁଇ ଷ୍ଟାଇଲରେ ରିଆକ୍ସନ ଦେଇଥିଲେ ।

ସୂଚନାଯୋଗ୍ୟ, ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍ ସ୍କୋର କରିଥିଲା ବାଙ୍ଗାଲୋର । ଜବାବରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୯୩ ରନ୍ ହିଁ କରିପାରିଥିଲା ।

Leave A Reply

Your email address will not be published.