ଆସନ୍ତା ୧୯ରୁ ଜାତୀୟ ବରିଷ୍ଠ ରଗ୍‌ବୀ ଚାମ୍ପିୟନସିପ୍‌: ଭାଗ ନେଇଛନ୍ତି ୨୭ଟି ପୁରୁଷ ଓ ୨୫ଟି ମହିଳା ଦଳ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର କିଟ୍‌ ରଗ୍‌ବୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ଜାତୀୟ ବରିଷ୍ଠ ରଗ୍‌ବୀ ଚାମ୍ପିୟନସିପ୍‌। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚାମ୍ପିୟନସିପ୍‌ରେ ୨୭ ରାଜ୍ୟ ଓ ଭାରତୀୟ ରଗ୍‌ବୀ ଫୁଟବଲ ୟୁନିୟନ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅଂଶଗ୍ରହଣ କରିଛନ୍ତି।

ଏହି ପ୍ରତିଯୋଗୀତାରୁ ୨୦୨୨ ଏସୀୟ ରଗ୍‌ବୀ ପାଇଁ ଭାରତୀୟ ପୁରୁଷ ଓ ମହିଳା ଦଳ ବଛାହେବେ। ୨୭ଟି ପୁରୁଷ ଓ ୨୫ଟି ମହିଳା ରଗ୍‌ବୀ ଦଳ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି। ଖେଳାଳିଙ୍କ ପାଇଁ କିଟ୍‌ ପରିସରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଚାମ୍ପିୟନସିପ୍‌ର ଆୟୋଜନ କରାଯାଇଛି। ରଗ୍‌ବୀ ଇଣ୍ଡିଆ ଓ ଓଡ଼ିଶା ରଗ୍‌ବୀ ଆସୋସିଏସନ୍‌ ମଧ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଛନ୍ତି।

Leave A Reply

Your email address will not be published.