ଆସ କରିବା ବୋବାଲ, ଓଡ଼ିଶାର ନାଁ ହେବ ଗ୍ଲୋବାଲ : ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଲା ଓଡ଼ିଆ ଚିଅର ଅପ୍‌ ସଙ୍ଗ

ଭୁବନେଶ୍ୱର(କେନ୍ଯୁଜ୍) : ପାଖେଇ ଆସୁଛି ହକି ବିଶ୍ୱକପ୍‌ । ଏଥିପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଆ ଚିଅର ଅପ୍‌ ସଙ୍ଗ । ଏହାକୁ ଗାଇଛନ୍ତି ବଲିଉଡ ଗାୟକ ମିକା ସିଂ । ଆସ କରିବା ବୋବାଲ, ଓଡ଼ିଶାର ନାଁ ହେବ ଗ୍ଲୋବାଲ ଗୀତଟି ବେଶ ମନଛୁଆଁ ହୋଇଛି । ଓଡ଼ିଶାର ଗାଁ ଗହଳିଠାରୁ ଆରମ୍ଭ କରି ସହର ଯାଏ କେମିତି ରହିଛି ହକି ଫିଭର ତାକୁ ଗୀତରେ ଚିତ୍ରାୟନ କରାଯାଇଛି । ଏଥିରେ ପ୍ରତିଯୋଗୀ ଦେଶର ଜାତୀୟ ପତାକା ସହ ଓଡ଼ିଶାର କଳା, ସଂସ୍କୃତି ଝଲକ ଦେଖିବାକୁ ମିଳିଛି ।

danceବିଭିନ୍ନ ପର୍ଯ୍ଯଟନ ସ୍ଥଳୀ ମଧ୍ୟ ସ୍ଥାନ ପାଇଛି । ଯାହାକି ଉଭୟ ଖେଳାଳି ଓ ଫ୍ୟାନଙ୍କୁ ଉତ୍ସାହିତ କରିବ । ଗୀତକୁ ହକି ୱାଲର୍ଡ କପ-୨୦୧୮ ଟ୍ଵିଟର ପେଜରେ ପୋଷ୍ଟ କରାଯାଇଛି । ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ଆୟୋଜିତ ହେବ ।

ଦେଖନ୍ତୁ ଏହି ଓଡ଼ିଆ ଚିଅର ଅପ୍‌ ସଙ୍ଗ୍ :