କ୍ରୀଡା

ଶିଖର ଧୱନଙ୍କ ଭୁଲ୍ ନାବିକ ଉପରେ ପଡିଲା ମହଙ୍ଗା, ଏବେ ରଦ୍ଦ ହୋଇପାରେ ଲାଇସେନ୍ସ

ଗତ କିଛି ଦିନ ତଳେ ଭାରତୀୟ କ୍ରିକେଟ୍ ଟିମ୍ର ଓପନର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ବନାରସ କାଶୀ ପ୍ରବାସରେ ଥିଲେ। ଏହି ସମୟରେ ଧୱନ ମନ୍ଦିର ଗୁଡ଼ିକରେ ପୂଜା ଅର୍ଚ୍ଚନା ସହ ଗଙ୍ଗାରେ ନୌକା ବିହାରର ମଜା ନେଇଥିଲେ । କିନ୍ତୁ ଶିଖର ଧୱନଙ୍କର ଗୋଟିଏ ଭୁଲ୍ ଯୋଗୁଁ ଏବେ ସେହି ନାବିକ ଓ ନାଆର ମାଲିକଙ୍କୁ ଭୋଗିବାକୁ ପଡ଼ିଛି। ଏବେ ନୌକା ଚାଳକର ଲାଇସେନ୍ସକୁ ରଦ୍ଦ କରିଯିବ ବୋଲି ରାଜ୍ଯ ସରକାର କହିଛନ୍ତି।

ବାର୍ଡ ଫ୍ଲୁର ବିପଦକୁ ଦେଖି ପ୍ରଶାସନ ପ୍ରବାସୀ ପକ୍ଷୀଙ୍କୁ ଚାରା ଖୁଆଇବା ଉପରେ ରୋକ୍ ଲଗାଇଥିଲେ, ହେଲେ ଶିଖର ଧୱନ ଏହି ଆଦେଶକୁ ନମାନି ପ୍ରବାସୀ ପକ୍ଷୀଙ୍କୁ ନୌକା ବିହାର ସମୟରେ ଚାରା ଖୁଆଇ ଥିଲେ, ଆଉ ଏହାର ଫଟୋ ବି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଶିଖର ଧୱନଙ୍କ ଉପରେ ତ କାର୍ଯ୍ୟାନୁଷ୍ଠାନ ହୋଇନି ହେଲେ ପୁଲିସ୍ ପ୍ରଶାସନ ନାବିକ ଓ ନାଆର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନାଆର ସଞ୍ଚାଳକଙ୍କ ଉପରେ ୩ଦିନର ରୋକ୍ ଲଗାଇଛନ୍ତି । ଏହାସହ ଧାରା-୧୮୮ ଅନୁସାରେ ଚାଲାଣ ମଧ୍ୟ କଟାଯାଇଛି ।

ବର୍ତ୍ତମାନ ନାବିକ ଦାବି କରିଛନ୍ତି ଯେ, ଯେତେବେଳେ ଆଇନ୍ ସମସ୍ତଙ୍କ ପାଇଁ ସମାନ, ତେବେ କାର୍ଯ୍ୟାନୁଷ୍ଠାନ ଶିଖର ଧୱନଙ୍କ ଉପରେ ମଧ୍ୟ ହେବା ଉଚିତ୍। କାରଣ ନାବିକ ତରଫରୁ ଶିଖର ଧୱନଙ୍କୁ ପ୍ରବାସୀ ପକ୍ଷୀଙ୍କୁ ଚାରା ଖୁଆଇବାରୁ ନିବୃତ୍ତ ରହିବାକୁ ରୋକା ଯାଇଥିଲା । କିନ୍ତୁ ସେ ମାନିନଥିଲେ। ପରେ ଧୱନ ଏହାକୁ ଇନଷ୍ଟାଗ୍ରାମରେ ପକାଇବା ପରେ ଏପରି କାର୍ଯ୍ଯାନୁଷ୍ଠାନ ନିଆଯାଇଛି।

Swagatika

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

4 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

14 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

48 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

56 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago