ଏସିଆ କପ : ପାକିସ୍ତାନରେ ଖେଳାହେବ ଟୁର୍ଣ୍ଣାମେଣ୍ଟ କିନ୍ତୁ ନିରପେକ୍ଷ ସ୍ଥାନରେ ଖେଳିବ ଭାରତ

ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ହେଲେ ଭାରତ ନିରପେକ୍ଷ ସ୍ଥାନରେ ଖେଳିବ । ଚଳିତବର୍ଷର ଏସିଆ କପ ଦୁଇଟି ସ୍ଥାନରେ ଖେଳାଯିବ । ପାକିସ୍ତାନରେ ଅଧିକାଂଶ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଭାରତର ମ୍ୟାଚ ଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୂଷ୍ଠିତ ହେବ ।

ପାକିସ୍ତାନରେ ଏସିଆ କପ ଖେଳିବନି ଭାରତ । ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ହେଲେ ଭାରତ ନିରପେକ୍ଷ ସ୍ଥାନରେ ଖେଳିବ । ଏସିଆ କପ ଆୟୋଜନକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଏବେ ସମାଧାନ ଆଡ଼କୁ ଯାଉଛି । ଚଳିତବର୍ଷର ଏସିଆ କପ ଦୁଇଟି ସ୍ଥାନରେ ଖେଳାଯିବ । ପାକିସ୍ତାନରେ ଅଧିକାଂଶ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଭାରତର ମ୍ୟାଚ ଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୂଷ୍ଠିତ ହେବ ।

ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ ସହ ମୋଟ ୫ଟି ମ୍ୟାଚ ଆୟୋଜନ ହେବ । ୟୁଏଇ, ଓମାନ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ ଖେଳାଯାଇପାରେ । ଏସିଆ କପରେ ଗୋଟିଏ ଯୋଗ୍ୟତା ପର୍ଯ୍ୟାୟ ଦଳ ସହ ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.