ବାରବାଟୀ ଟିକେଟ ପାଇଁ ଖଚାଖଚ ଭିଡ଼, ରାତିରୁ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍‌

କଟକ(କେନ୍ୟୁଜ୍‌): ବାରବାଟୀ ଟିକେଟ ପାଇଁ ଖଚାଖଚ ଭିଡ଼ । ଲମ୍ବା ଧାଡ଼ି । ରାତିରୁ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍‌ । ବାରବାଟୀ ଟି-ଟେ୍ଵଣ୍ଟି ପାଇଁ ଆଜି କାଉଣ୍ଟରରେ ଟିକେଟ ବିକ୍ରି । ସକାଳ ୯ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ । ଟିକେଟ ବିକ୍ରି ପାଇଁ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ମହିଳାଙ୍କ ପାଇଁ ପ୍ରଥମ ଥର ସ୍ୱତନ୍ତ୍ର ଭାବେ ଦୁଇଟି କାଉଣ୍ଟର ହୋଇଛି । ମୋଟ ୯ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ ।

ସକାଳ ୯ଟାରୁ ସନ୍ଧ୍ୟା ୬ଟା ଅର୍ଥାତ ଟିକେଟ ସରିବା ପର୍ଯ୍ୟନ୍ତ ବିକ୍ରି କରାଯିବ । ଆଜି ସମସ୍ତ ଟିକେଟ ବିକ୍ରି ହୋଇନପାରିଲେ ଆସନ୍ତାକାଲି ପୁଣି ୯ଟାରୁ କାଉଣ୍ଟର ଖୋଲିବ । ମୋଟ ୧୨ହଜାର ୯୩ଟି ଟିକେଟ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି କରାଯିବ । ସେଥିରୁ ୧ ହଜାର ୩୬୨ଟି ଦାମୀ ଟିକେଟ ଥିବାବେଳେ ୧୦ହଜାର ୭୩୧ଟି ଗ୍ୟାଲେରୀ ଟିକେଟ ରହିଛି । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ କିଣିପାରିବେ । ଟିକେଟ କିଣିବା ବେଳେ ଫଟୋ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଟିକେଟ ବିକ୍ରିକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ଜୁନ୍‌ ୧୨ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ଟେ୍ଵଣ୍ଟି ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.