କ୍ରୀଡା

ରୋହିତ ଶର୍ମାଙ୍କଠାରୁ ଜଲ୍‌ଦି ଦିନିକିଆ ଅଧିନାୟକତ୍ୱ ଛଡ଼ାଇ ପାରନ୍ତି ଏହି ଦୁଇ ଧୁରନ୍ଧର! ହୋଇ ପାରନ୍ତି BCCIର ପରବର୍ତ୍ତୀ ଲକ୍ଷ୍ୟ

ଟିମ୍ ଇଣ୍ଡିଆରେ ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବିରାଟ କୋହଲିଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଟି-୨୦ ଏବଂ ODI କ୍ରିକେଟର ନୂତନ ଅଧିନାୟକ କରାଯାଇଛି। ବିସିସିଆଇ ୨୦୨୩ ମସିହାରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ବିଶ୍ୱକପ ପୂର୍ବରୁ ଟି-୨୦ ଏବଂ ODI ଫର୍ମାଟ ପାଇଁ କେବଳ ଜଣେ ହିଁ ଅଧିନାୟକ ଚାହୁଁଥିଲା। ଏଭଳି ପରିସ୍ଥିତିରେ ବିସିସିଆଇ ଟି-୨୦ ଫର୍ମାଟ ପରେ ବିରାଟ କୋହଲିଙ୍କୁ ODI ଫର୍ମାଟର ଅଧିନାୟକତ୍ୱରୁ ମଧ୍ୟ ହଟାଇ ଦେଇଛି। ରୋହିତ ଶର୍ମା ଯଦିଓ ODI ଏବଂ ଟି-୨୦ର ଅଧିନାୟକ ହୋଇଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କର ଯେତିକି ବୟସ ରହିଛି, ତାହାକୁ ଦେଖିଲେ ଟିମ୍ ଇଣ୍ଡିଆରେ ତାଙ୍କର ରାଜ୍‌ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ। ରୋହିତ ଶର୍ମାଙ୍କୁ ବର୍ତ୍ତମାନ ୩୪ ବର୍ଷ ବୟସ। ଦଳରେ ୨ ଜଣ ଏମିତି ଶକ୍ତିଶାଳୀ କ୍ରିକେଟର ଅଛନ୍ତି, ଯେଉଁମାନେ ରୋହିତ ଶର୍ମାଙ୍କଠାରୁ ODI ଏବଂ ଟି-୨୦ର ଅଧିନାୟକତ୍ୱ ଛଡ଼ାଇ ନେଇପାରିବେ।

କେ.ଏଲ୍ ରାହୁଲ

ଯଦି ଭାରତକୁ ଜଣେ ନୂଆ ଅଧିନାୟକ କରିବାକୁ ପଡ଼େ, ତେବେ କେ.ଏଲ୍ ରାହୁଲ ଭଲ ବିକଳ୍ପ ହୋଇ ପାରିବେ। ସେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଆଇପିଏଲ ସହିତ ୫୦ ଓଭର ବିଶିଷ୍ଟ କ୍ରିକେଟରେ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ପରବର୍ତ୍ତୀ ଟି-୨୦ ବିଶ୍ୱକପ ୨୦୨୨ରେ ଅଷ୍ଟ୍ରେଲିଆରେ ଖେଳାଯିବ, ଯାହାକୁ କୋଭିଡ-୧୯ ମହାମାରୀ କାରଣରୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖା ଯାଇଥିଲା। ଭାରତ ୨୦୨୩ରେ ODI ବିଶ୍ୱକପ ଆୟୋଜନ କରିବ। ଏମିତିରେ କେ.ଏଲ୍ ରାହୁଲଙ୍କ ପାଖରେ ବଢ଼ିଆ ପ୍ରଦର୍ଶନ କରି ଭାରତର ପରବର୍ତ୍ତୀ ଅଧିନାୟକ ହେବାର ସୁଯୋଗ ରହିବ। କେ.ଏଲ୍ ରାହୁଲ ଜଣେ ଭଲ ୱିକେଟକିପର ଏବଂ ଚମତ୍କାର ବ୍ୟାଟ୍ସମ୍ୟାନ ମଧ୍ୟ।

ଋଷଭ ପନ୍ତ

ଋଷଭ ପନ୍ତ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହେବାର ଦମ୍‌ ରଖିଛନ୍ତି। ଗତ କିଛି ମାସ ମଧ୍ୟରେ ଋଷଭ ପନ୍ତ ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଏହି କାରଣରୁ ତାଙ୍କର ତିନୋଟି ଯାକ ଫର୍ମାଟରେ ସ୍ଥାନ ନିଶ୍ଚିତ ହୋଇଛି। ଋଷଭ ପନ୍ତଙ୍କ ପାଖରେ ଏକ ସ୍ମାର୍ଟ ମସ୍ତିଷ୍କ ମଧ୍ୟ ଅଛି। ଜଣେ ଅଧିନାୟକ ହେବାର ସମସ୍ତ ଗୁଣ ଭରି ରହିଛି। ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକତ୍ୱ କରୁଥିବା ବେଳେ ପନ୍ତ ବଢ଼ିଆ କାମ କରିଥିଲେ।

କାହିଁକି ବିସିସିଆଇର ଟାର୍ଗେଟ ହେବେ ଋଷଭ ପନ୍ତ ଓ କେ.ଏଲ୍ ରାହୁଲ

ବିରାଟ କୋହଲିଙ୍କୁ ୨୭ ବର୍ଷ ବୟସରେ ଟେଷ୍ଟ ଅଧିନାୟକତ୍ୱ ମିଳିଥିଲା, ଯେତେବେଳେ କି, ODI ଏବଂ ଟି-୨୦ର ମଙ୍ଗ ତାଙ୍କୁ ୨୯ ବର୍ଷ ବୟସରେ ମିଳିଥିଲା। ବିରାଟ କୋହଲିଙ୍କୁ ନିଜ ଅଧିନାୟକତ୍ୱ ଉପଭୋଗ କରିବାକୁ ବହୁତ ସମୟ ମିଳିଛି। ବୋଧହୁଏ ରୋହିତଙ୍କୁ ସେତିକି ସମୟ ମିଳି ନ ପାରେ। ଏମିତିରେ ଋଷଭ ପନ୍ତ ଓ କେ.ଏଲ୍ ରାହୁଲଙ୍କୁ ନୂଆ ଅଧିନାୟକ ଭାବରେ ପ୍ରସ୍ତୁତ କରିବା ବିସିସିଆଇର ଲକ୍ଷ୍ୟ ହେବ। ଯଦି ଭାରତକୁ ଜଣେ ନୂଆ ଅଧିନାୟକ କରିବାକୁ ପଡ଼େ, ତା’ ହେଲେ କେ.ଏଲ୍ ରାହୁଲ ହିଁ ଭଲ ବିକଳ୍ପ ରହିବେ।

Roshni

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

38 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

42 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

59 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago