ରୋମାଞ୍ଚକର ସ୍ଥିତିରେ ସିଡ୍ନୀ ଟେଷ୍ଟ : ତୃତୀୟ ଦିନ ଖେଳ ପରେ ଡ୍ରାଇଭର ସିଟରେ ଟମ ଇଣ୍ଡିଆ

ରୋମାଞ୍ଚକର ସ୍ଥିତିରେ ସିଡ୍ନୀ ଟେଷ୍ଟ । ମଜଭୁତ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ୨୩୬ ରନ୍ରେ ୬ଟି ୱିକେଟ୍ ହରାଇଛି ଅଷ୍ଟ୍ରେଲିଆ ଦଳ । ଏବେ ସାଢ଼େ ତିନିଶହରୁ ଅଧିକ ରନ୍ ଲିଡରେ ଅଛି ଟିମ୍ ଇଣ୍ଡିଆ । ୨ ଦିନ ଖେଳ ବାକି ଅଛି । ଗତକାଲିର ଅସମାପ୍ତ ବିନା ଓ୍ଵିକେଟରେ ୨୪ ରନ୍ରୁ ଖେଳ ଆରମ୍ଭ କରି ବ୍ୟାଟିଂ ବିପର‌୍ୟ୍ୟୟର ସାମନା କରିଥିଲା କଙ୍ଗାରୁ ଦଳ । କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନରେ କଙ୍ଗାରୁ ବାହିନୀ ବ୍ୟାଟ୍ସମ୍ୟାନ୍ ବେଶୀ ସମୟ ତିଷ୍ଠି ପାରି ନାହାନ୍ତି ।

କେବଳ ଓପନର ମରକସ୍ ହାରିସ୍ ସର୍ବାଧିକ ୭୯ ରନ୍ କରି ଆଉଟ୍ ହୋଇଛନ୍ତି । କୁଳଦୀପ ଯାଦବ ତିନିଟି ଓ ରବୀନ୍ଦ୍ର ଜାଡେଜା ଦୁଇଟି ଓ୍ଵିକେଟ ନେଇଛନ୍ତି । ମହମ୍ମଦ ସାମି ନେଇଛନ୍ତି ଗୋଟିଏ ଓ୍ଵିକେଟ୍ ।  ପ୍ରଥମ ଇନିଂସରେ ଭାରତ ୭ ଓ୍ଵିକେଟରେ ୬୨୨ ରନ୍ କରି ପାଳି ଘୋଷଣା କରିଥିଲା ।