କ୍ରୀଡା

ଭାରତ ପାଇଁ କର ବା ମର ପରିସ୍ଥିତି, ଆଜି ହାରିଲେ ହାତରୁ ଚାଲିଯିବ ସିରିଜ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟି-୨୦ଖେଳାଯିବ । ଆଜି ବିଶାଖାପଟ୍ଟନମର ଡା. ଓ୍ଵାଇଏସ୍‌ ରାଜେଶେଖର ରେଡ୍ଡୀ ଷ୍ଟାଡିଅମରେ ସନ୍ଧ୍ୟା ୭ଟାରେ ମ୍ୟାଚ ଖେଳାଯିବ। ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଭାରତ ‘କର ବା ମର’ ସ୍ଥିତିରେ ରହିଛି ଯଦି ଆଜି ଟିମ୍‌ ଇଣ୍ଡିଆ ହାରେ ତେବେ ସିରିଜ ହାତରୁ ଚାଲିଯିବ। ତେଣୁ ଆଜିର ମ୍ୟାଚକୁ ସବୁ ଶକ୍ତି ଖଟାଇ ଭାରତକୁ ଜିତିବାକୁ ହେବ । ଦକ୍ଷିଣ ଆଫ୍ରିକା ପୂର୍ବରୁ ଭାରତରେ କୌଣସି ଟି-ଟ୍ୱେଣ୍ଟି ସିରିଜ ପରାଜିତ ହୋଇନାହିଁ ।

ପ୍ରଥମ ୨ଟି ଯାକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତିଥିଲା ପ୍ରଥମେ ଫିଲ୍ଡିଂ କରି ଉଭୟ ମ୍ୟାଚ୍ ଜିତିଥିଲା । ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଟକ୍କର ଦେଇପାରିନଥିଲା। ୨୧୧ ରନ୍‌ କରିଥିବା ସତ୍ତ୍ୱେ ୭ ଓ୍ଵିକେଟରେ ଜିତିଥିଲା ସାଉଥ ଆଫ୍ରିକା ଟିମ। ସେହିପରି ଦ୍ୱିତୀୟ ମ୍ୟାଚରେ ମାତ୍ର ୧୫୦ ରନ୍‌ କରିପାରିଥିଲା। ଯାହାକୁଅତି ସହଜରେ ଜିତି ନେଇଥିଲା ସାଉଥ ଆଫ୍ରିକା ଟିମ୍‌।

ଭାରତକୁ ବିକଳ୍ପ ରଣନୀତି ପ୍ରସ୍ତୁତ କରିବାକୁ ହେବ । ବୋଲିଂ ଓ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ । ଏସବୁ ସମ୍ଭବ ହେଲେ ବିଜୟ ସହଜ ହୋଇପାରିବ । ମଙ୍ଗଳବାର ଭାରତ ଏକାଦଶରେ ପରିବର୍ତ୍ତନ କରିପାରେ । ଫାଷ୍ଟ ବୋଲର ଉମ୍ରାନ ମଲିକ ଓ ଅଲ୍ରାଉଣ୍ଡର ଦୀପକ ହୁଡ଼ାଙ୍କୁ ସୁଯୋଗ ମିଳିପାରେ । ଅଭେଶ ଖାନ ଓ ଅକ୍ଷର ପଟେଲ ଏକାଦଶରୁ ବାଦ ପଡ଼ି ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଭାରତ: ଇଶାନ କିଷନ, ଋତୁରାଜ ଗାଏକୱାଡ୍, ଶ୍ରେୟାସ ଆୟର, ରିଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ/ଦୀପକ ହୁଡ଼ା, ହର୍ଷଲ ପଟେଲ, ଅଭେଶ ଖାନ/ଉମ୍ରାନ ମଲିକ, ଭୁବନେଶ୍ୱର କୁମାର, ୟୁଝବେନ୍ଦ୍ର ଚହଲ ।

ଦକ୍ଷିଣ ଆଫ୍ରିକା: ରିଜା ହେଣ୍ଡରିକ୍ସ, ତେମ୍ବା ବଭୁମା(ଅଧିନାୟକ), ରାଶି ଭାନ ଡର ଡୁସେନ, ଡେଭିଡ୍ ମିଲର, ହେନରିକ କ୍ଲାସେନ, ଡ୍ୱେନ ପ୍ରିଟୋରିୟସ, କାଗିସୋ ରାବାଡା, ଲୁଙ୍ଗି ଏନ୍ଗିଡ଼ି/ କେଶବ ମହାରାଜ, ଆନରିଚ ନର୍ଜ, ତାବ୍ରେଜ ସାମସି ।

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

40 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

55 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago