ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ୍‍: ଲିଫ୍ଟରେ ଫସିଲେ ଥାର୍ଡ ଅମ୍ପାୟାର, ୭ ମିନିଟ୍‌ ବିଳମ୍ବରେ ଆରମ୍ଭ ହେଲା ମ୍ୟାଚ୍‌

ଲିଫ୍ଟରେ ଫସିଲେ ଥାର୍ଡ ଅମ୍ପାୟାର। ନିଜ ସିଟ୍‌କୁ ନ ଆସିବାରୁ କିଛି ସମୟ ପାଇଁ ମ୍ୟାଚ୍‌କୁ ଅଟକାଇବାକୁ ପଡ଼ିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ୍‍ ମ୍ୟାଚ୍‌ରେ।

ଲିଫ୍ଟରେ ଫସିଲେ ଥାର୍ଡ ଅମ୍ପାୟାର। ନିଜ ସିଟ୍‌କୁ ନ ଆସିବାରୁ କିଛି ସମୟ ପାଇଁ ମ୍ୟାଚ୍‌କୁ ଅଟକାଇବାକୁ ପଡ଼ିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ୍‍ ମ୍ୟାଚ୍‌ରେ। ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଆଜି ହେଉଛି ତୃତୀୟ ଦିବସ। ତେବେ ଲଞ୍ଚ୍‌ ବ୍ରେକ୍‌ ପରେ ଥାର୍ଡ ଅମ୍ପାୟାର ତାଙ୍କ ସିଟ୍‌କୁ ଆସି ନ ଥିଲେ। ଫଳରେ ମ୍ୟାଚ୍‌କୁ କିଛି ସମୟ ପାଇଁ ଅଟକାଇବାକୁ ପଡ଼ିଥିଲା। ଉଭୟ ଦଳର ଖେଳାଳି ଏବଂ ଫିଲ୍ଡ ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କୁ ଅପେକ୍ଷା କରିଥିଲେ।

ଲଞ୍ଚ୍‌ ବ୍ରେକ୍‌ ପରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଏବଂ ପାକିସ୍ତାନୀ ଟିମ୍‌ ସହିତ ଫିଲ୍ଡ ଅମ୍ପାୟାର ପଡ଼ିଆରେ ପହଞ୍ଚି ସାରିଥିବା ବେଳେ ଥାର୍ଡ ଅମ୍ପାୟାର ରିଚାର୍ଡ ଇଲିଙ୍ଗୱର୍ଥ କିନ୍ତୁ ନିଜ ସିଟ୍‌ରେ ପହଞ୍ଚି ନ ଥିଲେ। ଯେତେବେଳେ ତାଙ୍କୁ ଖୋଜାଖୋଜି କରାଯାଇଥିଲା, ତ ଜଣାପଡ଼ିଥିଲା ଯେ ଥାର୍ଡ ଅମ୍ପାୟାର ଲିଫ୍ଟରେ ଫସି ଯାଇଛନ୍ତି, ଯେଉଁ କାରଣରୁ ୭ ମିନିଟ୍ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା।

ସମସ୍ତେ ଥାର୍ଡ ଅମ୍ପାୟାରଙ୍କୁ ଅପେକ୍ଷା କରି ରହିଥିଲେ। ଏଭଳି ସ୍ଥିତିରେ ବାଉଣ୍ଡ୍ରି ପାଖରେ ଛିଡ଼ା ହୋଇଥିବା ଚତୁର୍ଥ ଅମ୍ପାୟାର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଥାର୍ଡ ଅମ୍ପାୟାର ବସୁଥିବା ସ୍ଥାନ ଉପର ମହଲାକୁ ଦୌଡ଼ି ଯାଇଥିଲେ। ଏହି ସମୟରେ ତାଙ୍କୁ ଲିଫ୍ଟ ଭିତରୁ ଥାର୍ଡ ଅମ୍ପାୟାର ରିଚାର୍ଡ ଇଲିଙ୍ଗୱର୍ଥଙ୍କ ସ୍ୱର ଶୁଣିବାକୁ ମିଳିଥିଲା। ଏହାପରେ ସଙ୍ଗେ ସଙ୍ଗେ ଟେକ୍ନିକାଲ ଅଧିକାରୀଙ୍କ ସହାୟତାରେ ତାଙ୍କୁ ଲିଫ୍ଟରୁ ବାହାର କରାଯାଇଥିଲା।

କ୍ରିକେଟ୍ ଅଷ୍ଟ୍ରେଲିଆ ସୋସିଆଲ ମିଡିଆରେ ପୋଷ୍ଟ କରି ଏହା ବିଷୟରେ ସୂଚନା ଦେଇଛି। ଏଥିରେ ଲେଖାଯାଇଛି ଯେ ଥାର୍ଡ ଅମ୍ପାୟାର ଲିଫ୍ଟରେ ଅଟକି ଯାଇଥିଲେ, ଏହି କାରଣରୁ ଲଞ୍ଚ୍‌ ପରେ ୭ ମିନିଟ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା।

You might also like