ପୂର୍ବତନ କ୍ରିକେଟରଙ୍କ ଅନ୍ଧବିଶ୍ୱାସ! କିଟ୍‌ରେ ଗୋବର ରଖି ଦେଉଥିଲେ ଚୁମ୍ବନ, ଦୁଷ୍କର୍ମ ଅଭିଯୋଗରେ ମଧ୍ୟ ଭୋଗି ସାରିଛନ୍ତି ଜେଲ ଦଣ୍ଡ

କ୍ରିକେଟ୍ ପଡ଼ିଆରେ ଅନେକ ସମୟରେ ଖେଳାଳିମାନଙ୍କୁ ଅଜବ କାରନାମା କରୁଥିବାର ଦେଖା ଯାଇଥାଏ। କ୍ରିକେଟ ଖେଳ ଖେଳୁଥିବା କେତେକ ଖେଳାଳି ଏମିତି ବି ହୋଇ ଥାଆନ୍ତି, ଯେଉଁମାନେ ଅନ୍ଧବିଶ୍ୱାସରେ ବିଶ୍ୱାସ ରଖନ୍ତି। କିଛି ଖେଳାଳି ଅନ୍ଧବିଶ୍ୱାସରେ ଏତେ ବିଶ୍ୱାସ ରଖନ୍ତି ଯେ ଲୋକମାନେ ଏହା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି | ଏମିତି ହିଁ କିଛି କଥା ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମଖାୟା ଏନଟିନୀଙ୍କ ବିଷୟରେ ଶୁଣିବାକୁ ମିଳିଛି।

ବ୍ୟାଗରେ ରଖି ଥାଆନ୍ତି ଗାଈର ଗୋବର

ବାସ୍ତବରେ, ମଖାୟା ଏନଟିନୀଙ୍କୁ ନେଇ ଅନ୍ଧବିଶ୍ୱାସର ଅନେକ ଖବର ସାମ୍ନାକୁ ଆସିଛି। ଏନଟିନୀ ଅନ୍ଧବିଶ୍ୱାସରେ ବହୁତ ବିଶ୍ୱାସ ରଖୁଥିଲେ। କହି ରଖୁଛୁ କି, ଏକ ଖବର ମୁତାବକ, ଏନଟିନୀ ନିଜ କିଟ୍ ବ୍ୟାଗରେ ଏକ ପ୍ୟାକେଟରେ ଗାଈ ଗୋବର ରଖୁଥିଲେ। ସେହି ପ୍ୟାକେଟକୁ ସେ ସବୁ ସମୟରେ ନିଜ ପାଖରେ ଏଥିପାଇଁ ରଖୁଥିଲେ, କାହିଁକି ନା, ସେ ଏହାକୁ ନିଜର ଲକି ଚାର୍ମ ବୋଲି ଭାବୁୁଥିଲେ।

ଏନଟିନୀ ନିଜେ କରିଥିଲେ ଖୁଲାସା

ବାସ୍ତବରେ, ଏନଟିନୀଙ୍କ ବିଷୟରେ ଏହି ଖୁଲାସା ଅନ୍ୟ କେହି ନୁହେଁ, ବରଂ ସେ ନିଜେ ହିଁ କରିଛନ୍ତି। ESPN cricinfo ମୁତାବକ, ଏନଟିନୀ କହିଥିଲେ ଯେ ‘ମୋର ପୂରା କ୍ୟାରିୟରରେ ମୋ ପାଖରେ ଗାଈ ଗୋବରର ଏକ ପ୍ୟାକେଟ ସବୁବେଳେ ରହୁଥିଲା ଏବଂ ମୁଁ ଏହାକୁ ମୋର ଲକି ଚାର୍ମ ବୋଲି ମାନୁଥିଲି। ସେହି ପ୍ୟାକେଟ୍ କାରଣରୁ ମୁଁ ସବୁବେଳେ ମାଟି ସହିତ ଜଡ଼ିତ ରହୁଥିଲି। ପଡ଼ିଆରେ ଭଲ ପ୍ରଦର୍ଶନ କରିବା ପାଇଁ ମୁଁ ତାକୁ ଚୁମ୍ବନ ଦେଉଥିଲି। ତାହା ସବୁବେଳେ ମୋ ପାଇଁ କାମରେ ଆସୁଥିଲା’।

ଆସିଥିଲା ଦୁଷ୍କର୍ମ ଅଭିଯୋଗ

କେବଳ ଏତିକି ନୁହେଁ, ନିଜ କ୍ୟାରିୟର ସମୟରେ ହିଁ ମଖାୟା ଏନଟିନୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ତାଙ୍କ ଉପରେ ଅଭିଯୋଗ ଥିଲା ଯେ ସେ ୨୧ ବର୍ଷୀୟା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। କୋର୍ଟ ତାଙ୍କୁ ଦଣ୍ଡିତ ମଧ୍ୟ କରିଥିଲେ, କିନ୍ତୁ ପରେ ସେ ଜେଲରୁ ନିର୍ଦ୍ଦୋଷରେ ଖଲାସ ହୋଇ ଯାଇଥିଲେ। ଏହାପରେ ସେ ନ୍ୟାଶନାଲ ଟିମ୍‌କୁ ଫେରି ପୁଣିଥରେ କମାଲ କରିଥିଲେ।