ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ଖେଳାଗଲା ଦୁଇଟି ସୁପରଓଭର, ମୁମ୍ବାଇ ବିପକ୍ଷରେ ପଞ୍ଜାବର ରୋମାଞ୍ଚକ ବିଜୟ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ଦୁଇଟି ସୁପରଓଭର ଖେଳାଯାଇଛି। ସୁପର ସଣ୍ଡେରେ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ସୁପରଓଭର ଖେଳାଯାଇଥିଲା। ଉକ୍ତ ମ୍ୟାଚ୍‌ରେ କେକେଆର ହାଇଦ୍ରାବାଦକୁ ହରାଇଥିଲା। ଏହା ପରେ ଦ୍ୱିତୀୟ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ ମଧ୍ୟରେ ଖେଲାଯାଇଥିଲା। ଏହି ମ୍ୟାଚ୍‌ରେ ୨ଟି ସୁପରଓଭର ଖେଳାଯାଇଥିଲା। ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୬ ଓ୍ଵିକେଟ୍‌ରେ ୧୭୬ ରନ୍‌ କରିଥିଲା।

ଜବାବରେ ପଞ୍ଜାବ ମଧ୍ୟ ୬ ଓ୍ଵିକେଟ୍‌ରେ ୧୭୬ ରନ୍‌ କରିଥିଲା। ଏହା ପରେ ସୁପରଓଭରରେ ଉଭୟ ଟିମ୍‌ ୫-୫ ରନ୍‌ କରିଥିଲେ ଓ ସୁପରଓଭର ମଧ୍ୟ ଟାଏ ହୋଇଯାଇଥିଲା। ପରେ ମ୍ୟାଚ୍‌ର ଦ୍ୱିତୀୟ ସୁପର ଓଭରରେ ମୁମ୍ବାଇ ଗୋଟିଏ ଓ୍ଵିକେଟ୍‌ରେ ୧୧ ରନ୍‌ କରିଥିଲା। ଜବାବରେ ପଞ୍ଜାବ କ୍ରିସ୍‌ ଗେଲଙ୍କ ଛକା ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଦୁଇଟି ଚଉକା ମରି ମ୍ୟାଚ୍‌କୁ ନିଜ ନାଁରେ କରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.