କ୍ରୀଡା

ଭାରତକୁ ଝଟକା ! ଡୋପିଂ ଟେଷ୍ଟରେ ଧରାପଡିଲେ ଏହି ଖେଳାଳି, 4 ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

ନିଷେଧକ ଷ୍ଟେରୋଏଡ୍ସ ସେବନ କରିବା ଅଭିଯୋଗରେ ଭାରତର ମଧ୍ୟମ ଦୂରତା ଧାବିକା ଝୁମା ଖାତୁନଙ୍କ ଉପରେ 4 ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି। Athletics Integrity Unit ଏହି ପ୍ରତିବନ୍ଧକ ଲଗାଇଛି। ଦୁଇ ବର୍ଷର ପୁରୁଣା ଏହି ଡୋପିଂ ମାମଲାକୁ ଧରିବାରେ NDTL ଅସଫଳ ରହିଥିଲା।

ଖାତୁନଙ୍କ ଡୋପ ନମୁନା 2018ରେ ଗୌହାଟୀରେ National Inter-Province Championships ସମୟରେ ନିଆଯାଇଥିଲା। ରାଷ୍ଟ୍ରୀୟ ଡୋପ ଟେଷ୍ଟ ଲାବୋରେଟୋରୀ(NDTL) ଦ୍ୱାରା କରାଯାଇଥିବା ଯାଞ୍ଚରେ ରିପୋର୍ଟ ନେଗେଟିଭ ଆସିଥିଲା। ପରେ ବିଶ୍ୱ ଡୋପିଂ ନିରୋଧକ ଏଜେନ୍ସି(WADA) କାନାଡ଼ାର ମାଣ୍ଟ୍ରିୟଲସ୍ଥିତ ଲ୍ୟାବରେ ନମୁନା ଯାଞ୍ଚ କରାଇଥିଲା, ଯାହାକି ପଜିଟିଭ ଆସିଥିଲା। ସୂଚନାଥାଉ କି, ଖାତୁନ ଗୌହାଟୀରେ 1500 ଏବଂ 5000 ମିଟରରେ କାଂସ୍ୟ ପଦକ ଜିତିଥିଲେ।

ଏବେ ଖାତୁନଙ୍କର 29 ଜୁନ 2018ରୁ 21 ନେଭେମ୍ବର 2018 ଭିତରେ ପ୍ରତିଯୋଗିତାଗୁଡିକର ଫଳାଫଳ ରଦ୍ଦ କରି ଦିଆଯିବ। ଭାରତର ଅନ୍ୟ 4 ଆଥଲେଟଙ୍କର ନମୁନା ମଧ୍ୟ ମାଣ୍ଟ୍ରିୟଲରେ ପଜିଟିଭ ମିଳିଥିଲା, କିନ୍ତୁ NDTL ଲ୍ୟାବରେ ନେଗେଟିଭ ଆସିଥିଲା। WADA ଖାତୁନଙ୍କ ରିପୋର୍ଟକୁ AIUକୁ ଦେଇଥିଲା, ଆଉ AIU ତାଙ୍କୁ ନଭେମ୍ବର 2018ରେ ଅସ୍ଥାୟୀ ରୂପେ ନିଲମ୍ବିତ କରିଦେଇଥିଲା।

ତେବେ ଖାତୁନଙ୍କ କହିବା ଅନୁଯାୟୀ, ସେ ଅଜଣାତରେ ଏହି ପଦାର୍ଥ ସେବନ କରିଥିଲେ। AIU ଚଳିତ ମାସ ଆରମ୍ଭରେ ଧାବିକାଙ୍କୁ ନୋଟିସ ଜାରି କରି ଦୁଇଟି ବିକଳ୍ପ ରଖିଥିଲେ। ସେ 4 ବର୍ଷର ପ୍ରତିବନ୍ଧକକୁ ସାମ୍ନା କରିବେ ନା 13 ଏପ୍ରିଲ ପୂର୍ବରୁ ଅନୁଶାସନାତ୍ମକ ଟ୍ରିବ୍ୟୁନାଲ ସାମ୍ନାରେ ଶୁଣାଣି ପାଇଁ ଅନୁରୋଧ କରିବେ, ଏହି ଦୁଇଟି ବିକଳ୍ପରୁ ଗୋଟିଏକୁ ବାଛିବା ପାଇଁ ଖାତୁନଙ୍କୁ କୁହାଯାଇଥିଲା। କିନ୍ତୁ ସେ 4 ବର୍ଷର ପ୍ରତିବନ୍ଧକକୁ ସ୍ୱୀକାର କରିଥିଲେ।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

40 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

54 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago