ଛୋଲେ-ଭଟୁରେ ହେଉଛି ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କର ଅତି ପ୍ରିୟ ଖାଦ୍ୟ, ଇଣ୍ଟରଭ୍ୟୁରେ କଲେ ଖୁଲାସା

ଭାରତୀୟ ଅଧିନାୟକ ବିରାଟ କୋହଲି ପଡ଼ିଆରେ ଯେତିକି ଆକ୍ରମଣାତ୍ମକ ନଜର ଆସିଥାଆନ୍ତି, ସେତିକି ହିଁ ପଡ଼ିଆ ବାହାରେ ମଜାକିଆ ହୋଇଥାଆନ୍ତି। କିଛିଦିନ ପୂର୍ବେ କ୍ୟାପଟେନ୍‌ କୋହଲି ଗୌରଭ କପୁରଙ୍କ ଶୋ’ ‘ବ୍ରେକ୍‌ଫାଷ୍ଟ ଓ୍ଵିଥ୍‌ ଚାମ୍ପିୟନ୍ସ’ରେ ପହଞ୍ଚିଥିଲେ। ଶୋ’ ସମୟରେ ସେ କହିଥିଲେ କି, ସେ ଭାରତର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରାଙ୍କ ଇଣ୍ଟରଭ୍ୟୁ ଦେଖିବା ପରେ ଏହି ଶୋ’କୁ ଆସିବାକୁ ନିଷ୍ପତ୍ତି ନେଇଥିଲେ।

ସେପଟେ ଫ୍ୟାନ୍‌ମାନଙ୍କର ଅଧିକ ଡିମାଣ୍ଡ ଯୋଗୁ ଗୌରଭ କପୁର ଦୀର୍ଘ ଦିନରୁ କୋହଲିଙ୍କୁ ଶୋ’କୁ ଡାକିବା ପାଇଁ ଚାହୁଁଥିଲେ। ଯେବେ କୋହଲି ଶୋ’ରେ ନଜର ଆସିଲେ, ତ ଫ୍ୟାନମାନଙ୍କ ଚେହେରାରେ ଏକ ଅଲଗା ପ୍ରକାରର ସ୍ମାଇଲ୍‌ ଦେଖିବାକୁ ମିଳିଥିଲା।

ଗୌରଭ କପୁରଙ୍କ ସହ ତାଙ୍କର ୟୁଟ୍ୟୁବ୍‌ ଶୋ’ ‘ବ୍ରେକ୍‌ଫାଷ୍ଟ ଓ୍ଵିଥ୍‌ ଚାମ୍ପିୟନ୍ସ’ରେ ବିରାଟ ଅଲଗା ରୂପରେ ଦେଖିବାକୁ ମିଳିଥିଲେ। ଇଣ୍ଟରଭ୍ୟୁ ସମୟରେ ସେ ନିଜ ଟିମ୍‌ର ସମସ୍ତ ସାଥୀ ଖେଳାଳିଙ୍କ ବିଷୟରେ କେତେକ ଆଶ୍ଚର୍ଯ୍ୟଜନକ କଥାର ଖୁଲାସା କରିଥିଲେ। ସେ କହିଥିଲେ କି, ରୋହିତ ଶର୍ମା ଟିମ୍‌ର ସବୁଠାରୁ ବିସ୍ମରଣଶୀଳ ମଣିଷ। ସେ ନିଜର ଜିନିଷ ସବୁବେଳେ ଭୁଲି ଯାଇଥାଆନ୍ତି। ସେହିପରି ଭାରତର ପୂର୍ବତନ ଖେଳାଳି ଜାହିର ଖାନ ତାଙ୍କୁ କହିଥିଲେ କି, ସବୁଠାରୁ ଭଲ ସମ୍ପର୍କକୁ କାହାକୁ ଲୁଚାଇବା ଉଚିତ ନୁହେଁ।

ବିରାଟ ନିଜ ବିଷୟରେ ମଧ୍ୟ ଖୁଲାସା କରିଥିଲେ କି, ସେ ୪ ବର୍ଷ ହେବ ବଟର ଚିକେନ ଓ ନାନ୍‌କୁ ଛୁଇଁ ନାହାନ୍ତି। ତାଙ୍କ ପ୍ରିୟ ଖାଦ୍ୟ ହେଉଛି ଛୋଲେ-ଭଟୁରେ। ତାଙ୍କୁ ଦିଲ୍ଲୀ ରାଜୌରୀ ଗାର୍ଡେନର ପ୍ରସିଦ୍ଧ ‘ରାମ କେ ଛୋଲେ-ଭଟୁରେ’ ବହୁତ ଭଲ ଲାଗେ। କିନ୍ତୁ ପ୍ୟାକିଂ କରି ଘରେ ଆଣି ଖାଇବା ତାଙ୍କୁ ପସନ୍ଦ ନୁହେଁ। ଯଦି କେବେ ମଉକା ମିଳିବ, ତ ସେ ଛୋଲେ-ଭଟୁରେ ଦୋକାନ ଯାଇ ଖାଇବାକୁ ପସନ୍ଦ କରିବେ ବୋଲି ବିରାଟ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.